April 19, 2024

ବିଜେଡ଼ିର ହୀନ ରାଜନୀତି ; ସହିଦ ଅଜିତ ସାହୁଙ୍କ ମରଶରୀ ଉପରେ ଢାଙ୍କିଲେ ଦଳୀୟ ପତାକା

1 min read

ଆଓରି-ଭୁବନେଶ୍ଵର(୨୧/୦୬) : ସହିଦ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ନିନ୍ଦା କରିଛି ବିଜେପି । ସହିଦଙ୍କୁ ଶାସକ ଦଳ ପୁଣି ଅପମାନ କରିଥିବା ଅଭିଯୋଗ ଆଣିଛି ଦଳ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି । ପୂର୍ବରୁ କଟକର ପୂର୍ବତନ ବିଧାୟକ ମଧ୍ୟ ସହିଦଙ୍କ ପରିବାରଙ୍କୁ ଅପମାନ କରିଥିଲେ । ଶାସକ ଦଳର ଗୋଟିଏ ପରେ ଗୋଟିଏ ନେତା ସହିଦଙ୍କୁ ଅସମ୍ମାନ ପ୍ରଦର୍ଶନ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।

ସେପଟେ ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ବିଜୁ ଜନତା ଦଳର ଦଳୀୟ ପତାକା ରଖାଯିବାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସହିଦଙ୍କ ଭାଇ ପରମେଶ୍ୱର ସାହୁ । ଏହି ଘଟଣା ତାଙ୍କୁ ଭଲ ଲାଗିନଥିଲା ଏବଂ ସେ ନିଜେ ଦଳୀୟ ପତାକାକୁ କାଢି ଦେଇଥିବା କହିଛନ୍ତି ।
ପରମେଶ୍ୱର କହିଛନ୍ତି ଯେ, ଖୁଣ୍ଟୁଣୀରେ ବିଜେଡି କର୍ମୀ ପାର୍ଥୀବ ଶରୀର ଉପରେ ଦଳୀୟ ପତାକା ପକାଇଥିଲେ । ଏହା ତାଙ୍କୁ ଭଲ ଲାଗି ନଥିଲା । ତେଣୁ ସେ ଏହାକୁ କାଢି ଦେଇଥିଲେ । ଅଳ୍ପ ସମୟ ମଧ୍ୟରେ ସେଠାରେ ଥିବା ଲୋକ ଏହାର ଫଟୋ ଉଠାଇ ଭାଇରାଲ କରିଥିଲେ । ଅଜିତ ଦେଶ ପାଇଁ ସହିଦ ହୋଇଛନ୍ତି । କୌଣସୀ ଦଳ ପାଇଁ ସେ ସହିଦ ହୋଇ ନାହାନ୍ତି ।ଏହାସହ ଏହାକୁ ଆଉ ଭାଇରାଲ ନ କରିବାକୁ ସେ ଅପିଲ ମଧ୍ୟ କରିଛନ୍ତି । ଏହି ଘଟଣାରେ ପ୍ରଶାସନ ଦୃଷ୍ଟି ଦେଉ ବୋଲି ସେ କହିଛନ୍ତି ।ଏପରିକି ଏହାକୁ ନେଇ ରାଜନୀତି ନ କରିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ କି, ପୁଲୱାମାରେ ଆତଙ୍କବାଦୀ ଆଇଡି ବ୍ଲାଷ୍ଟରେ ଓଡିଆ ଯବାନ ଅଜିତ ସାହୁ ସହିଦ ହୋଇଥିଲେ । ଗତକାଲି ତାଙ୍କ ପାର୍ଥୀବ ଶରୀର ଜନ୍ମମାଟି ଢେଙ୍କାନାଳର କାମାକ୍ଷାନାଗରରେ ପହଁଚିଥିଲା । ତାଙ୍କ ମରଶରୀର ଆସିଥିବା କଫିନରେ ତ୍ରିରଙ୍ଗା ପତକାରେ ଆଚ୍ଛାଦିତ ଥିଲା । କିନ୍ତୁ ତ୍ରିରଙ୍ଗା ପତାକା ଉପରେ ବିଜୁ ଜନତା ଦଳର ଦଳୀୟ ପତାକା ମଧ୍ୟ ସେଠାକାର କିଛି ନେତା କଫିନ ଉପରେ ଢାଙ୍କି ଦେଇଥିଲେ । ଯାହାକୁ ନେଇ ବିବାଦ ବୃଦ୍ଧି ପାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.