କଳା ଓ ସଂସ୍କୃତି

ରଥ କାମରେ ସରିଲା ୧୭ତୁମ୍ବ ଗୋଲେଇ

ଆଓରି(ତା୨୩|୪)-  ୧୭ ଟି ତୁମ୍ବ ଗୋଲେଇ  କାର୍ଯ୍ୟ ଶେଷ ହେଲା ରଥଖଳାରେ | ଏହି କାର୍ଯ୍ୟ ରବିବାର ସନ୍ଧ୍ୟାରେ ଶେଷ ହୋଇଯାଇଛି | ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିମନ୍ତେ ୬ଟି, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ନିମନ୍ତେ ୫ଟି ଏବଂ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଉଦେଶ୍ୟ ରେ ୬ ଟି ତୁମ୍ବ ତିଆରି କରାଯାଇଛି | ତିନୋଟି ରଥ ପାଇଁ ୪୨ ଟି ତୁମ୍ବ ନିର୍ମାଣ କରାଯାଇଛି| ସେଥିରେ ୧୬ ଟି ଅର ଓ ୪ ଟି ଲେଖାଏ ପହି ସଂଯୋଗ କରାଯିବ | ପ୍ରତି ତୁମ୍ବରେ ୧୬ ଯୋଡା ବିନ୍ଧ କରାଯିବ | ତୁମ୍ବ କାର୍ଯ୍ୟ ସମୟରେ ୩ ରଥର ମୁଖ୍ୟ ୩ ଟି ସେବକ ମହାରଣା ଉପସ୍ଥିତ ଥିଲେ | ତୁମ୍ବ ନିର୍ମାଣ ପାଇଁ ୫ ଫୁଟ ଉଚର ଫାଶୀ କାଠ ବୌଦ୍ଧ ଜଙ୍ଗଲରୁ ଅଣାଯାଇଛି | ରଥ ନିର୍ମାଣରେ ତୁମ୍ବର ମହତ୍ଵ ଅତି ଗୁରୁତ୍ଵପୂର୍ଣ ଅଟେ | ଯେତୋଟି ତୁମ୍ବ ନିର୍ମିତ ହେବ ସେତୋଟି ଛକ ମଧ୍ୟ ହେବ |

Related Articles

Leave a Reply

Your email address will not be published. Required fields are marked *

Back to top button