May 19, 2024

ମୁଖ୍ୟମନ୍ତ୍ରୀ ଭାବେ ଭାବେ ଶପଥ ଗ୍ରହଣ କଲେ କେସିଆର

1 min read
KCR_takes_oath_Aajira-Odisha

ଆଓରି-ନୂଆଦିଲ୍ଲୀ(୧୪/୧୨) : ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍‌ଏସ୍‌) ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଦ୍ୱିତୀୟ ଥର ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ନିର୍ଦ୍ଧାରିତ ମାହେନ୍ଦ୍ର ବେଳା ଠିକ ଦିନ ୧: ୨୫ ମିନଟ୍‌ରେ କେସିଆର୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଭୁ ଲକ୍ଷ୍ମୀନରସିଂହ ସ୍ଵାମୀ ମନ୍ଦିରର ବୈଦିକ ପଣ୍ଡିତମାନେ ଏହି ସମୟ ନିର୍ଦ୍ଧାରଣ କରିଥିଲେ। ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହମ କେସିଆର୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ସହ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀ ମହମଦ ମହମୁଦ ଅଲିଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.