April 20, 2024

ବର୍ଷକରେ ନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାର ସମ୍ପତ୍ତି ୧୨ କୋଟି

1 min read

ଆଓରି-ନୂଆଦିଲ୍ଲୀ(୨୨/୧୧) : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାରର ମୋଟ ସମ୍ପତ୍ତି ପରିମାଣ ଗତ ବର୍ଷକରେ ବଢ଼ିଛି ୧୨.୫ କୋଟି ଟଙ୍କା। ଚନ୍ଦ୍ରବାବୁ ଘୋଷଣା କରିଥିବା ବାର୍ଷିକ ସମ୍ପତ୍ତି ତାଲିକାରୁ ଏହା ଜଣାପଡ଼ିଛି। ବର୍ଷକ ମଧ୍ୟରେ ନାଇଡ଼ୁଙ୍କ ପରିବାରର ମୋଟ ସମ୍ପତ୍ତି ପରିମାଣ ୬୯.୨୮ କୋଟି ଟଙ୍କାରୁ ବଢ଼ି ୮୧.୮୩ କୋଟି ଟଙ୍କାରେ ପହଞ୍ଚିଛି। ନାଇଡ଼ୁଙ୍କ ବ୍ୟକ୍ତିଗତ ସମ୍ପତ୍ତି ୨.୫୩ କୋଟି ଟଙ୍କାରୁ ବଢ଼ି ୩ କୋଟିରେ ପହଞ୍ଚିଥିବା ବେଳେ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ୨୫ କୋଟି ଟଙ୍କାରୁ ବଢ଼ି ୩୧ କୋଟି ଟଙ୍କା ହୋଇଛି। ନାଇଡ଼ୁଙ୍କ ପୁଅ ତଥା ରାଜ୍ୟ ସୂଚନା ମନ୍ତ୍ରୀ ଏନ୍‍ ଲୋକେଶଙ୍କ ସମ୍ପତ୍ତି ପରିମାଣ ଗତ ବର୍ଷର ୧୫.୨୧ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୧.୪୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ତାଙ୍କ ତିନି ବର୍ଷ ନାତି ଦେବାଂଶ ନାମରେ ଥିବା ସମ୍ପତ୍ତି ପରିମାଣ ୧୧.୫୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୮.୭୧ କୋଟି ଟଙ୍କାରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.