ଭିତରକୁ ପ୍ରବେଶ କଲେ ଚାଇନା ସେନା
1 min read
ଆଜିର ଓଡିଶା (ତା୯|୪)-ଅରୁଣାଚଳ ପ୍ରଦେଶର ଆସଫିଲା ଅଞ୍ଚଳରେ ଚାଇନାର ଅନୁପ୍ରବେଶକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି। ବିଶେଷ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁଯାୟୀ, ଚାଇନା ସେନା ଲଦାଖର ପାଙ୍ଗଓଙ୍ଗ ହ୍ରଦ ନିକଟରେ ଭାରତ ସୀମାର ୬ କିଲୋମିଟର ଭିତରକୁ ପଶିଆସିଛନ୍ତି। ଭାରତୀୟ ତିବ୍ବତ ସୀମା ପୋଲିସ(ଆଇଟିବିପି) ଗୃହ ମନ୍ତ୍ରଣାଳୟକୁ ଦେଇଥିବା ଏକ ରିପୋର୍ଟରେ ଏ ବିଷୟରେ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଚାଇନା ସେନା ଚଳିତବର୍ଷ ମାର୍ଚ୍ଚରେ ସବୁଠାରୁ ଅଧିକ ଥର ଲଦାଖ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ନିକଟରେ ଗୋଟିଏ ମାସ ମଧ୍ୟରେ ଚାଇନା ସେନା ପାଖାପାଖି ୨୦ ଥର ସୀମା ଉଲ୍ଲଂଘନ କରିଥିବା ଜଣାପଡିଛି। ତେବେ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଉତ୍ତର ପାଙ୍ଗଓଙ୍ଗ ହ୍ରଦ ନିକଟରେ ଚାଇନା ବାରମ୍ବାର ଅନୁପ୍ରବେଶ କରିଛି ବୋଲି ଏଥିରେ ଆଇଟିବିପି ଉଲ୍ଲେଖ କରିଛି।