ଅପରାଧଜାତୀୟ

ଭିଡିଓକନ୍ ଗ୍ରୁପ୍‌କୁ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କ ସିଇଓଙ୍କ ବିରୋଧରେ ତଦନ୍ତ ହେବ

ଆ.ଓ.ରି(ତା୧|୬)-ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ତଦନ୍ତ ଲାଗି ବ୍ୟାଙ୍କ ବୋର୍ଡ ବୁଧବାର ନିର୍ଦ୍ଦେଶ ଦେଇଛି। ଚନ୍ଦାଙ୍କ ବିରୋଧରେ ତଦନ୍ତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମାମଲାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗ ମୁତାବକ, ଚନ୍ଦାଙ୍କ ସ୍ୱାମୀଙ୍କ ପରିଚାଳିତ କମ୍ପାନୀରେ ଭିଡିଓକନ କମ୍ପାନୀର ପ୍ରମୋଟର ନିବେଶ କରିଛନ୍ତି । ତେଣୁ ସେ ଅନୁକମ୍ପା ପ୍ରଦର୍ଶନ କରି ଭିଡିଓକୋନ୍‌କୁ ଏତେ ବଡ଼ ପରିମାଣର ଋଣ ପ୍ରଦାନ କରିଛନ୍ତି ।

ଭିଡିଓକନ୍‌ ଗ୍ରୁପକୁ ଋଣ ପ୍ରଦାନ ବେଳେ ଚନ୍ଦା କୋଡ ଅଫ୍‌ କଣ୍ଡକ୍ଟ ତଥା ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିଛନ୍ତି କି ନାହିଁ ସେ ସଂପର୍କରେ ତଦନ୍ତ କରାଯିବ । ଜଣେ ସ୍ୱାଧୀନ ବ୍ୟକ୍ତି ଚନ୍ଦାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବେ । ସୂଚନାଯୋଗ୍ୟ, ଭିଡିଓକନ୍ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ୩୨୫୦  କୋଟି ଋଣ ଦେଇଛି । ଏହି ମାମଲାରେ ଚନ୍ଦାଙ୍କୁ ସେବି ପକ୍ଷରୁ ଗତ ଗୁରୁବାର ନୋଟିସ୍ ଜାରି କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button