December 7, 2023

ବାନାର୍ଜୀଙ୍କ ସରକାରଙ୍କୁ ଝଟକା ; ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ପ୍ରସ୍ତାବକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

1 min read

ଆଓରି-ନୂଆଦିଲ୍ଲୀ(୦୩/୦୭) : କେନ୍ଦ୍ର ସରକାର ବୁଧବାର ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରଙ୍କୁ ଏକ ଝଟକା ଦେଇଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗର ନାମ ‘ବଙ୍ଗଳା’କୁ ପରିବର୍ତ୍ତନ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟର ନାମ ପଶ୍ଚିମବଙ୍ଗରୁ ‘ବଙ୍ଗଳା’କୁ ପରିବର୍ତ୍ତନ କରିବା ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ପଶ୍ଚିମବଙ୍ଗର ନାମ ବଙ୍ଗାଳୀରେ ‘ବଙ୍ଗଳା’, ଇଂରାଜୀରେ ‘ବେଙ୍ଗଲ’ ଏବଂ ହିନ୍ଦୀରେ ‘ବଙ୍ଗାଲ’ ରଖିବାର ପ୍ରାବଧାନ ଥିଲା। ବିରୋଧୀ କଂଗ୍ରେସ, ବିଜେପି ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ୩ ନାମ ଉପରେ ଆପତ୍ତି ଉଠାଇଥିଲେ। ଫଳରେ ୨୦୧୭ ସେପ୍ଟମ୍ବର ୮ରେ ରାଜ୍ୟ ମନ୍ତ୍ରିମଣ୍ଡଳ ଏକ ପ୍ରସ୍ତାବ ପାରିତ କରି ସବୁ ଭାଷାରେ ନାମ ‘ବଙ୍ଗଳା’ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏବେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.