ଜାତୀୟ

ଦୋଷୀକୁ ଜବାବ ଦେବା ପାଇଁ ସେନାକୁ ପୁରା ଅନୁମତି ଦେଲେ କେନ୍ଦ୍ର ସରକାର

ଆଓରି-ନୂଆଦିଲ୍ଲୀ(୧୫/୦୨) : ପୁଲଓ୍ୱାମା ହମଲାର ଗୋଟିଏ ଦିନ ପରେ ଝାନ୍ସିର ଏକ ଜନସଭାକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପାକିସ୍ତାନକୁ କଡ଼ା ଚେତାବନୀ ଦେବା ସହ ମୋଦି କହିଛନ୍ତି, ଏହି ହମଲାର ପ୍ରତିଶୋଧ ନିଆଯିବ । କଡ଼ା ଜବାବ ପାଇଁ ସମୟ ଓ ସ୍ଥାନ ନିରୂପଣ ପାଇଁ ଭାରତୀୟ ସେନାକୁ ଅନୁମତି ଦିଆଯାଇଛି । ଦେଶ ପାଇଁ ଆମର ଯବାନ ପ୍ରାଣବଳି ଦେଇଛନ୍ତି । ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି । ପୁଲଓ୍ୱାମା ହମଲାର ଦୋଷୀଙ୍କୁ ଦଣ୍ଡ ଅବଶ୍ୟ ମିଳିବ  ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶବାସୀ ବହୁତ ଦୁଃଖି ଅଛନ୍ତି । ସମସ୍ତଙ୍କ ଭାବନାକୁ ବୁଝିପାରୁଛି ବୋଲି କହିଛନ୍ତି ମୋଦି । ଦୋଷୀକୁ ଜବାବ ଦେବା ପାଇଁ ସେନାକୁ ପୁରା ଅନୁମତି ଦିଆଯାଇଛି । ସହୀଦଙ୍କ ବଳିଦାନ ବ୍ୟର୍ଥ ଯିବନି । ପାକିସ୍ତାନର ଅବସ୍ଥା ଏତେ ଖରାପ କରାଯାଇଛି ଯେ ତା’ଠୁ ବଡ଼ବଡ଼ ଦେଶ ଏବେ ଦୂରେଇବାକୁ ଲାଗିଲେଣି ।  ପାକିସ୍ତାନ ଏବେ ଥାଳ ଧରି ଭିକ୍ଷା ମାଗିବା ପରିସ୍ଥିତିରେ ଅଛି ବୋଲି ମଧ୍ୟ କହିଛନ୍ତି ମୋଦି ।

ଆଗାମୀ କାର୍ଯ୍ୟପନ୍ଥା ପାଇଁ ସ୍ଥାନ, ସମୟ ଏବଂ ଏହାର ସୁରୂପ କେମିତି ହେବ ସେନେଇ ସେନାକୁ ପୂର୍ଣ୍ଣ ଅନୁମତି ଦିଆଯାଇଛି । ଏମିତି ଏକ ପରିସ୍ଥିତିରେ ପାକିସ୍ତାନ ଭାରତ ଉପରେ ହମଲା କରି ଦେଶକୁ କମଜୋର କରିବା ପାଇଁ ପ୍ରୟାସ କରୁଛି । କିନ୍ତୁ ତା’ର ଏହି ଆଭିମୁଖ୍ୟର କଡ଼ା ଜବାବ ଦେବା ପାଇଁ ୧୩୦ କୋଟି ଭାରତୀୟ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପଡ଼ୋଶୀ ରାଷ୍ଟ୍ର ଏହିକଥା ଭୁଲିଯାଉଛି ଯେ ଏହା ହେଉଛି ନୂଆ ରୀତିନୀତିର ଭାରତ । ଆତଙ୍କବାଦୀ ସଂଗଠନକୁ ନେଇ ଭିଆଇଥିବା ଏପରି ହୃଦୟବିଦାରକ ଘଟଣା ପାଇଁ ତା’କୁ ସବୁ ହିସାବ ଦେବାକୁ ପଡ଼ିବ ବୋଲି ମଧ୍ୟ କହିଛନ୍ତି ମୋଦି ।

ଏବେ ବୁନ୍ଦେଲଖଣ୍ଡକୁ ସୁରକ୍ଷା ଏବଂ ବିକାଶର କରିଡର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଝାନ୍ସିରୁ ଆଗ୍ରା ପର୍ଯ୍ୟନ୍ତ ତିଆରି ହେଉଥିବା ଏହି ଡିଫେନ୍ସ କରିଡର ଦେଶକୁ ସଶକ୍ତ କରିବା ସହ ବୁନ୍ଦେଲଖଣ୍ଡ ଏବଂ ୟୁପିର ଯୁବକଙ୍କୁ ରୋଜଗାର ଦେବାରେ ସହାୟକ ହେବ । ବଡ଼ ଉଦ୍ୟୋଗ ପାଖରେ ଛୋଟ ଉଦ୍ୟୋଗ ପ୍ରତିଷ୍ଠା ହେବା ସ୍ୱଭାବିକ । ଝାନ୍ସି ଏବଂ ଆଖପାଖ ଅଞ୍ଚଳରେ ବହୁ ଛୋଟ ଉଦ୍ୟୋଗ ରହିଛି । କରିଡର ନିର୍ମାଣ ହେବା ପରେ ଏହିସବୁ ଉଦ୍ୟୋଗଗୁଡ଼ିକୁ ଫାଇଦା ମିଳିବ । ଏହାଦ୍ୱାରା ଯୁବକଙ୍କୁ ରୋଜଗାର ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related Articles

Leave a Reply

Your email address will not be published. Required fields are marked *

Back to top button