April 20, 2024

ଇଏସଆଇ ଅଂଶଦାନ ଦର ୬.୫% ରୁ ୪% କୁ କମ୍ କଲା କେନ୍ଦ୍ର

1 min read

ଆଓରି-ନୂଆଦିଲ୍ଲୀ(୧୪/୦୬) : ଗତକାଲି(ଗୁରୁବାର) କେନ୍ଦ୍ର ଇଏସଆଇ ଅଧିନିୟମ ମୁତାବକ ନିଯୋକ୍ତା(କମ୍ପାନୀ) ମାନଙ୍କର ଯୋଗଦାନ ଦର ୬.୫% ରୁ ୪% କୁ କମ୍ କରାଯାଇଛି । ଯେଉଁଥିରେ କମ୍ପାନୀ ମାନଙ୍କର ଯୋଗଦାନ ୪.୭୫% ରୁ କମ୍ କରାଯାଇ ୩.୨୫% ହେବା ସହିତ କର୍ମଚାରୀମାନଙ୍କର ଯୋଗଦାନ ୧.୭୫% ରୁ ୦.୭୫% ପର୍ଯ୍ୟନ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ ଏହି ନିୟମ ଆସନ୍ତା ଜୁଲାଇ ୧ତାରିଖ ଠାରୁ ଲାଗୁ ହେବ । ଉକ୍ତ ନିୟମ ଲାଗୁ ହେବା ଫଳରେ ୩.୬ କୋଟି କର୍ମଚାରୀମାନଙ୍କ ସହିତ ୧୨.୮୫ ଲକ୍ଷ କମ୍ପାନୀ ଲାଭାନ୍ଵିତ ହୋଇପାରିବେ । ଯୋଗଦାନ କମ୍ କରାଯିବା ଫଳରେ ଶ୍ରମିକମାନଙ୍କୁ ଅନେକ ରିହାତି ମିଳିବା ସହିତ ଇଏସଆଇ ଯୋଜନା ମୁତାବକ ଶ୍ରମିକଙ୍କ ନାମାଙ୍କନରେ ଅନେକ ସୁବିଧା ହେବ । ଏହାସହିତ ଔପଚାରିକ କ୍ଷେତ୍ରରେ ମଧ୍ୟ କାର୍ଯ୍ୟବଳ ଆସିପାରିବ ।

ଇଏସଆଇ ଅଧିନିୟମକୁ  କର୍ମଚାରୀ ରାଜ୍ୟ ବୀମା ନିଗମ(ESIC) ଦ୍ଵାରା ପ୍ରଶାସିତ କରାଯାଇଥାଏ । ଇଏସଆଇ ଅଧିନିୟମ ଅନୁସାରେ ପ୍ରଦାନ କରାଯାଇଥିବା ସୁବିଧା ଉଭୟ କମ୍ପାନୀ ଏବଂ କର୍ମଚାରୀଙ୍କ ମିଳିତ ଯୋଗଦାନରେ ସଂଗଠିତ ହୋଇଥାଏ ।   

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.