ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କଲେ CBSE ଟପ୍ପର ଅନୁଷ୍କା ପଣ୍ଡା

ଆଓରି-ନୂଆଦିଲ୍ଲୀ(୩୦/୭) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୪୬ଶ ସଂସ୍କରଣରେ ଗୁରୁଗ୍ରାମର ଦିବ୍ୟାଙ୍ଗ ବାଳିକା ଅନୁଷ୍କାଙ୍କ କୃତିତ୍ୱ ଉଲ୍ଲେଖ କରିବା ପରେ ଆଜି ଝିଅଟିର ଗୁରୁତ୍ୱ ବଢ଼ିଯାଇଛି। ସ୍ପାଇନାଲ୍‌ ମସ୍କୁଲାର୍‌ ଆଟ୍ରୋଫି ରୋଗରେ ଆକ୍ରାନ୍ତ ସନ୍‌ ସିଟି ସ୍କୁଲ୍‌ର ୧୫ ବର୍ଷୀୟ ଛାତ୍ରୀ ଅନୁଷ୍କା ପଣ୍ଡା ନିକଟରେ ସିବିଏସ୍‌ଇ ୧୦ ବୋର୍ଡ ପରୀକ୍ଷାର ଦିବ୍ୟାଙ୍ଗ ବର୍ଗରେ ୯୭. ୮% ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ତାଙ୍କର ପିତାମାତା କହନ୍ତି, ପିଲାଟି ଦିନରୁ ଗୁଣସୂତ୍ରୀୟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେ ହୁଇଲ୍‌ ଚେୟାର୍‌ରେ ଚଳପ୍ରଚଳ ହେଉଛି।

‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଲେ “ସ୍ପାଇନାଲ୍‌ ମସଲ୍‌ ଆଟ୍ରୋଫି ନାମକ ଶାରୀରିକ ଅସୁସ୍ଥତାରେ ଆକ୍ରାନ୍ତ ଗୁରୁଗ୍ରାମର ଦିବ୍ୟାଙ୍ଗ ଝିଅ ଅନୁଷ୍କା ପଣ୍ଡାଙ୍କ ଖବର ମୁଁ ଶୁଣିଛି। ସର୍ବ ଭାରତୀୟ ଟପର୍‌ ହେବାରେ ଅନୁଷ୍କାଙ୍କ ନିଜର ଶାରୀରିକ ଅକ୍ଷମତାକୁ ବାଧକ ସଜାଇ ଦେଇ ନାହାନ୍ତି।”

ପ୍ରତିକୂଳ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ସଫଳ ହୋଇଥିବା କେତେକ ଛାତ୍ରଛାତ୍ରୀଙ୍କ ଉଦାହରଣ ଦେଇ ସେ କହିଲେ “ଏହି ଛାତ୍ରଛାତ୍ରୀମାନେ ପ୍ରମାଣ କରିଛନ୍ତି ଯେ ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ବଳରେ ଯେ କୌଣସି ଲକ୍ଷ ହାସଲ କରିହେବ”। ଅନୁଷ୍କା କହିଛନ୍ତି” ‘ମନ୍‌ କି ବାତ୍‌’ରେ ମୋ କଥା ଉଲ୍ଲେଖ କରାଯାଇଥିବାରୁ ମୁଁ ପୁଲକିତା। ବୋର୍ଡ ଫଳାଫଳ ଯୋଗୁଁ ପ୍ରଧାନମନ୍ତ୍ରୀ ନିଜେ ମୋତେ ଅଭିନନ୍ଦନ ଜଣାଇବେ ବୋଲି ମୁଁ କେଭଁ ଭାବି ନ ଥିଲି। ସଦୟ ଉତ୍ସାହ ଓ ପ୍ରେରଣା ଉତ୍ସାହ ନିମନ୍ତେ ମୁଁ ତାଙ୍କ ନିକଟରେ କୃତଜ୍ଞ।”
ଅନୁଷ୍କାଙ୍କର ମାଆ ଅର୍ଚ୍ଚନା ପଣ୍ଡା କହନ୍ତି  ଅନୁଷ୍କାଙ୍କ ଲାଗି ସେମାନେ ଖୁବ୍‌ ଖୁସି ଏବଂ ତା’ ପାଇଁ ପ୍ରେରଣାଦାୟୀ କଥା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ। ଜଣେ ସଫ୍‌ଟ୍‌ୱାର୍‌ ଇଞ୍ଜିନିୟର ହେବା ନିମନ୍ତେ ଅନୁଷ୍କାଙ୍କର ଇଚ୍ଛା, ସେଥିପାଇଁ ସେ ବିଜ୍ଞାନ ପଢୁଛି। ଆଇଆଇଟିରେ ସେ କୋର୍ସ କରିବ ବୋଲି ଚାହୁଁଛି।

Related Articles

Leave a Reply

Your email address will not be published. Required fields are marked *

Back to top button