ଜାତୀୟ

ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍ ମାର୍କ

ଆଓରି(ତା୨୦|୪)- 

ଇଂରାଜୀ ପ୍ରଶ୍ନପତ୍ରରେ ତ୍ରୁଟି ପାଇଁ ଗ୍ରେସ୍ ମାର୍କ ଦେବ ସିବିଏସ୍ଇ। ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ୨ ମାର୍କ ଲେଖାଏଁ ଗ୍ରେସ୍ ମାର୍କ ଦିଆଯିବ ବୋଲି ସିବିଏସ୍ଇ କାର୍ଯ୍ୟାୟଳୟରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି।

ଗତ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ଇଂରାଜୀ ପରୀକ୍ଷାରେ ପ୍ରଶ୍ନପତ୍ରରେ ଟାଇପିଂରେ ତ୍ରୁଟି ପାଇଁ ସାରା ଦେଶରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ସିବିଏସ୍ଇ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ଏହାର ବିଚାର କରାଯିବ ବୋଲି କହିଥିଲେ।

ତେବେ ଆଜି ୨ ମାର୍କ ଗ୍ରେସ୍ ଭାବେ ଦେବାକୁ ବିଧିବଦ୍ଧ ଘୋଷଣା କରିଛନ୍ତି। ପୂର୍ବରୁ ୨ଟି ପେପର୍‌ ଲିକ୍ ଯୋଗୁଁ ବିବାଦ ଘେରରେ ରହିଥିଲା ସିବିଏସ୍ଇ।

Related Articles

Leave a Reply

Your email address will not be published. Required fields are marked *

Back to top button