ଜାତୀୟ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ପୁଣି ୩ ଅଭିଯୁକ୍ତ ଗିରଫ

ଆଜିର ଓଡିଶା (ତା୭|୪)– ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଶନିବାର ହିମାଚଳ ପ୍ରଦେଶରୁ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ, କିରାଣି ଏବଂ ସହକାରୀ କର୍ମଚାରୀ ଅଛନ୍ତି। ଯୁକ୍ତ ୨ ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସେମାନଙ୍କର ସମ୍ପୃକ୍ତି ରହିଥିବା ଛାନଭିନ୍‌ରୁ ଜଣାପଡିଛି। ପ୍ରକାଶ ଯେ, ମାର୍ଚ୍ଚ ୨୬ ଓ ୨୮ ତାରିଖରେ ହୋଇଥିବା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍‌ ହୋଇଥିବା ଜଣାପଡିଥିଲା। ପରେ ସମ୍ପୃକ୍ତ ବିଷୟଗୁଡିକୁ ପୁଣିଥରେ ପରୀକ୍ଷା କରାଇବା ପାଇଁ ବୋର୍ଡ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷେ ସମ୍ପୂର୍ଣ୍ଣ ଘଟଣାକ୍ରମ ବିଷୟରେ ଯାଞ୍ଚ କରିବା ପାଇଁ ଏପ୍ରିଲ ୪ରେ ଏକ ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ଏପ୍ରିଲ ୫ରେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦିଲ୍ଲୀ କର୍କାଦ୍ଦୁମା କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button