ଶିକ୍ଷା

ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

ଆ.ଓ.ରି(ତା୨୬|୫)-ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ  ଅନୀଲ ସ୍ୱରୂପ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ମୋଟ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା। ଶ୍ରେଷ୍ଠ ୩ଟି ଅଞ୍ଚଳ ମଧ୍ୟରେ ୯୭.୩୨ ପ୍ରତିଶତ ସହ ତ୍ରିବାନ୍ଦ୍ରମ୍, ୯୩.୮୭ ପ୍ରତିଶତ ସହ ଚେନ୍ନାଇ ଏବଂ ୮୯ ପ୍ରତିଶତ ସହ ଦିଲ୍ଲୀ ରହିଛି। ଉତ୍ତରପ୍ରଦେଶ ଗାଜିଅାବାଦର ମେଘନା ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୫୦୦ ନମ୍ବରରୁ ୪୯୯ ନମ୍ବର ରଖି ଟପ୍ପର ହୋଇଛନ୍ତି।

ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ cbse.nic.in ରେ ନିଜର ରେଜଲ୍ଟ ଜାଣିପାରିବେ।ଏଥିସହ ଛାତ୍ରଛାତ୍ରୀ ଅନ୍ୟ ୱେବ୍‌ସାଇଟ୍‌ cbse.examresults.net, cbseresults.nic.in and results.gov.in ରେ ମଧ୍ୟ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ୧୧ ଲକ୍ଷ ୮୬ ହଜାର ୩୦୬ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ଭାରତରେ ୪,୧୩୮ଟି ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ, ଭାରତ ବାହାରେ ୭୧ଟି କେନ୍ଦ୍ର କରାଯାଇଥିଲା। ଇକୋନୋମିକ୍ସ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଏଥର ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବିବାଦ ଘେରରେ ରହିଥିଲା। ଅାଉ ୨ ଦିନ ଭିତରେ ଅର୍ଥାତ୍ ମେ ୨୮ କିମ୍ବା ୨୯ରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିପାରେ ବୋଲି ସୂଚନା ମିଳିଛି।

କେମିତି ଜାଣିବେ ରେଜଲ୍ଟ….

ସିବିଏସ୍‌ଇ ବୋର୍ଡ଼ ଅଫିସିଆଲ ୱେବ୍‌ସାଇଟ୍‌ nic.in କୁ ଯିବେ।

ୱେବ୍‌ସାଇଟ୍‌ର ହୋମ୍‌ପେଜ୍‌ରେ ଥିବା “CBSE Board Class 12 results” ଉପରେ କ୍ଲିକ୍‌ କରିବେ।

କ୍ଲିକ୍‌ କଲାପରେ ଏହା ରିଡାଇରେକ୍ଟ ହୋଇ ଆଉ ଏକ ନୂଆ ହୋମ୍‌ପେଜ୍‌ ଖୋଲିବ। ଏହି ପେଜ୍‌ରେ ରୋଲ୍‌ ନମ୍ବର ଓ ଅନ୍ୟ ଆବଶ୍ୟକୀୟ ତଥ୍ୟ ମାଗିବ।

ସମସ୍ତ ସବିଶେଷ ତଥ୍ୟ ଦେଲା ପରେ ସବ୍‌ମିଟ୍‌ ଉପରେ କ୍ଲିକ୍‌ କରିବେ। କ୍ଲିକ୍‌ କଲାପରେ ରେଜଲ୍ଟ ସ୍କ୍ରିନ୍‌ ଉପରେ ଆସିଯିବ।

ଏହି ରେଜଲ୍ଟକୁ ଡାଉନ୍‌ଲୋଡ଼୍‌ କରି ପ୍ରିଣ୍ଟ ମଧ୍ୟ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button