ବାଣିଜ୍ୟ

ଓଡିଶାରେ ଅଫ୍‌ଲାଇନ୍‌ ବିଜ୍‌ନେସ୍‌ ଆରମ୍ଭ କରିଛି ଜୁଏଲରୀ ବ୍ରାଣ୍ଡ୍‌ କ୍ୟାରେଟଲେ

ଆଓରି-ଭୁବନେଶ୍ଵର(୧୧/୮) : ଅନ୍‌ଲାଇନ୍‌ଭିତ୍ତିରେ ସକ୍ରିୟ ଥିବା ଦେଶର ପ୍ରମୁଖ ଜୁଏଲରୀ ବ୍ରାଣ୍ଡ୍‌ କ୍ୟାରେଟଲେନ୍‌ ଓଡିଶାରେ ଏହାର ଅଫ୍‌ଲାଇନ୍‌ ବିଜ୍‌ନେସ୍‌ ଆରମ୍ଭ କରିଛି। ୨୦୦୮ ବେଳକୁ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଦେଶର ଅନ୍ୟତମ ଗହଣା ବ୍ରାଣ୍ଡ୍‌ ତନିଷ୍କ ସହିତ ସହବନ୍ଧିତାରେ ପରିଚାଳିତ ହେଉଛି। ଅନ୍‌ଲାଇନ ଜୁଏଲେରି ବ୍ରାଣ୍ଡ୍‌ ଭାବେ ଆରମ୍ଭ ହୋଇ କ୍ୟାରେଟଲେନ୍‌ ଇତି ମଧ୍ୟରେ ସାରା ଦେଶରେ ମୋଟ ୪୦ଟି ଏକ୍ସକ୍ଲୁଶିଭ୍‌ ଆଉଟ୍‌ଲେଟ୍‌ ଉନ୍ମୋଚନ କରି ସାରିଛି। ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଶୁକ୍ରବାର ଏହାର ୪୦ତମ ଶୋ’ରୁମ୍‌ ଉଦ୍‌ଘାଟନ କରିଥିବା ବେଳେ ପୂର୍ବାଞ୍ଚଳ ବଜାରରେ ଶୋ’ରୁମ୍‌ ସଂଖ୍ୟା ୪କୁ ବୃଦ୍ଧି ପାଇଛି ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ଅବସରରେ କ୍ୟାରେଟଲେନ୍‌ ନ୍ୟାଶନାଲ୍‌ ରିଟେଲ୍‌ ସେଲ୍‌ସ ହେଡ୍‌ ସାଗର ଭି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି, ବିଗତ ୪ ବର୍ଷ ହେବ କ୍ୟାରେଟଲେନ୍‌ ଅଫ୍‌ଲାଇନ୍‌ ମାର୍କେଟ୍‌ରେ ପଦାର୍ପଣ କରିଛି। ଗ୍ରାହକମାନଙ୍କର ଆଗ୍ରହ ଓ ଆଦୃତିକୁ ଧ୍ୟାନରେ ରଖି ଆମେ ଏହି ପଦକ୍ଷେପ ନେଇଛୁ। ଇତି ମଧ୍ୟରେ ସମଗ୍ର ବ୍ୟବସାୟରେ ଅଫ୍‌ଲାଇନ୍‌ ଷ୍ଟୋରର ଅଂଶ ୫୦% ପର୍ଯ୍ୟନ୍ତ ପହଞ୍ଚି ସାରିଛ। ଏଠାରେ ଉଭୟ ୧୮ ଏବଂ ୨୨ କ୍ୟାରେଟ୍‌ର ସୁନା ଓ ହୀରା ଅଳଙ୍କାର ସମେତ ରୁପା ଏବଂ ପ୍ଲାଟିନମ୍‌ ଜୁଏଲେରି ମଧ୍ୟ ରହିଛି। ଏହାର ବମ୍ବେରେ ଏକ ଡିଜାଇନ୍‌ ଷ୍ଟୁଡିଓ ରହିଥିବା ବେଳେ ସମସ୍ତ ଅଳଙ୍କାର ଉକ୍ତ ସ୍ଥାନରୁ ପ୍ରସ୍ତୁତ ହେଉଛି ବୋଲି ସାଗର ସୂଚନା ଦେଇଛନ୍ତି। ବର୍ତ୍ତମାନ ନୋର୍‌-ଏ-କାଶ୍ମୀର ନାମରେ ଏକ ସଦ୍ୟତମ କଲେକ୍‌ଶନ ବଜାରକୁ ଆସିଛି। ଉଦ୍‌ଘାଟନୀ ଅବସରରେ ୩୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ହୀରା ଗହଣା କ୍ରୟରେ ଫ୍ଲାଟ୍‌ ୨୦% ଏବଂ ସୁନାର ଗଢ଼ା ମଜୁରୀରେ ଫ୍ଲାଟ୍‌ ୨୦% ରିହାତି ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ବୋଲି ଏହି ଶୋ’ରୁମ୍‌ର ଫ୍ରାଞ୍ଚାଇଜି ଓନର ମାନିକ୍‌ ହଂସ ପ୍ରକାଶ କରିଛନ୍ତି। କମ୍ପାନୀର ସୂଚନା ଅନୁସାରେ ବର୍ତ୍ତମାନ ପୂର୍ବଭାରତୀୟ ବଜାର ଅନ୍ତର୍ଗତ କଲିକତାରେ ୩ଟି ଏବଂ ଓଡିଶାରେ ଗୋଟିଏ ଶୋ’ରୁମ୍‌ ରହିଥିବା ବେଳେ ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକୁ ସଂପ୍ରସାରିତ ହେବା ପାଇଁ ଯୋଜନା ରହିଛି। ବର୍ତ୍ତମାନ ଗ୍ରାହକମାନଙ୍କ କୌଣସି ଅଳଙ୍କାର କ୍ରୟ ପୂର୍ବରୁ ଏହା ବାବଦରେ ଯଥେଷ୍ଟ ସୂଚନା ଓ ତଥ୍ୟ ସଂଗ୍ରହ କରି ଶୋ’ରୁମ୍‌କୁ ଆସୁଛନ୍ତି। ଯାହାକି ଗ୍ରାହକଙ୍କ ପସନ୍ଦରେ ଏକ ବୃହତ ପରିବର୍ତ୍ତନ ବୋଲି ସାଗର ପ୍ରକାଶ କରିଛନ୍ତି। ଓଡିଶାରେ ଖୋଲିଥିବା ଏହି ଶୋ’ରୁମକୁ ନେଇ ଗ୍ରାହକଙ୍କ ପସନ୍ଦ ଅନୁସାରେ ଆଗାମୀ ଦିନରେ ଏଠାରେ ସଂପ୍ରସାରଣ ଯୋଜନା କରାଯିବ। ସେହିପରି ବର୍ତ୍ତମାନ କେବଳ ଭାରତରେ କ୍ୟାରେଟ୍‌ଲେନ୍‌ର ବ୍ୟବସାୟ ରହିଥିବା ବେଳେ ଆଗକୁ ବିଦେଶକୁ ମଧ୍ୟ ସଂପ୍ରସାରିତ ହେବାର ଯୋଜନା ରହିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶି।

Related Articles

Leave a Reply

Your email address will not be published. Required fields are marked *

Back to top button