April 19, 2024

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନକାରୀ ଶିକ୍ଷକମାନଙ୍କୁ ସମର୍ଥନ କଲେ

1 min read

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵର ପିଏମଜି ଛକ ଠାରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମଞ୍ଚ ତରଫରୁ କରାଯାଇଥିବା ଆନ୍ଦୋଳନକାରୀଙ୍କୁ ସମର୍ଥନ କରି କହିଥିଲେ ଯେ ଶିକ୍ଷା ହେଉଛି ଓଡିଶାର ମୂଳ ପୁଞ୍ଜି ଓ ଶିକ୍ଷକମାନଙ୍କୁ ସମ୍ମାନର ସହିତ ବଞ୍ଚିବାର ଆବଶ୍ୟକ ଅଛି | ସରକାର ଓ ସରକାରଙ୍କ ଦ୍ଵାରା ସମ୍ପୂର୍ଣ ଓ ଆଂଶିକ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପ୍ରାୟ ୩୦ଲକ୍ଷ ପିଲା ପଢୁଛନ୍ତି | ଆନ୍ଦୋଳନରତ ଶିକ୍ଷକମାନଙ୍କ ମତରେ ରାଜ୍ୟ କୋଷରୁ ପ୍ରାୟ ୮୫୦ କୋଟି ଟଙ୍କା ଖର୍ଚ କରିବାକୁ ହେବ|

ଶିକ୍ଷକମାନଙ୍କ ସମ୍ମାନ ରକ୍ଷା କରିବାକୁ ଓ ୩୦ ଲକ୍ଷ ପିଲାଙ୍କ ଭବିଷ୍ୟତ ସହିତ ଜଡିତ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରିବା ଉଚିତ | ମୁଖ୍ୟମନ୍ତ୍ରୀ ଏହି ଆନ୍ଦୋଳନକୁ ହସ୍ତକ୍ଷେପ କରି ତୁରନ୍ତ ସମାଧାନର ରାସ୍ତା କାଢିବାକୁ ଶ୍ରୀ ପ୍ରଧାନ କହିଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.