ରାଜ୍ୟ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ୍‌ ପିଛା ୨୦୦ ଟଙ୍କା ବଢ଼ିଲା ; ମୋଦି

ଆଓରି-ନୂଆଦିଲ୍ଲୀ(୪/୭):କୃଷକ ନିଜର ଶାରୀରିକ ଏବଂ ଆର୍ଥିକ ବଳ ପ୍ରୟୋଗକରି ଦୀର୍ଘ ୬ ରୁ ୭ ମାସ ପର୍ଯ୍ୟନ୍ତ ତୁଣ୍ଡ ଝାଳ ମୁଣ୍ଡରେ ମାରି ଧାନ ଅମଳ କରିଥାଏ |ନିଜର ପରିଶ୍ରମ ଦ୍ଵାରା ଅମଳ କରିଥିବା ଫସଲର ଉପଯୁକ୍ତ ମୂଲ୍ୟ ପାଇବାପାଇଁ ଯେତେବେଳେ ବଜାରକୁ ନିଏ ତ ତାର ପରିଶ୍ରମର ଫଳ ତାକୁ ମିଳିନଥାଏ | ଧାନର ସାମ୍ପ୍ରତିକ ମୂଲ୍ୟ କୁଇଣ୍ଟାଲ୍‌ ପିଛା ଟ ୧, ୫୫୦ ଦରରେ ବିକ୍ରି କରିବାଦ୍ୱାରା କୃଷକ କ୍ଷତି ସହିଥିଲେ ମଧ୍ୟ ନୀରବ ରହିଥାଏ | ବର୍ତ୍ତମାନ ଆଉ କୃଷକ ମାନେ ଏଭଳି କ୍ଷତି ସହିବେନି କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ଅନୁସାରେ କେନ୍ଦ୍ର ସରକାର କ୍ୟାବିନେଟ୍‌ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଏହି ହାରରେ ସାଧାରଣ ପ୍ରକାର ଧାନର ସାମ୍ପ୍ରତିକ ମୂଲ୍ୟ କୁଇଣ୍ଟାଲ୍‌ ପିଛା ଟ୧, ୫୫୦/- ରୁ ବୃଦ୍ଧି ପାଇ ଟ.୧, ୭୫୦/- କରାଯାଇଛି।

ନିକଟରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଜେପିର ଏହି ଦୀର୍ଘ ଦିନର ପ୍ରତିଶ୍ରୁତିକୁ ଚୂଡ଼ାନ୍ତ ରୂପ ଦେବାକୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷିମନ୍ତ୍ରୀ ରାଧାମୋହନ ସିଂହ ଏବଂ ନୀତି ଆୟୋଗର ଅଧିକାରୀମାନଙ୍କୁ ଭେଟିଥିଲେ। ଦେଶର ବିଶାଳ ଚାଷୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏହା ଦଳର ସ୍ଥିତିକୁ ସୁଧାରିବ ବୋଲି ବିଜେପି ଆଶା କରିଛି।

ଦେଶର ଚାଷୀମାନଙ୍କୁ ଶସ୍ୟ ଉପରେ ୫୦% ଲାଭ .ଦେଇ ନିଜକୁ ଚାଷୀ-ସପକ୍ଷବାଦୀ ଦଳ ଭାବେ ନିଜକୁ ଉପସ୍ଥାପିତ କରିବାକୁ ଭାରତୀୟ ଜନତା ପାର୍ଟି ଉଦ୍ୟମ କରିଛି । ମଙ୍ଗଳବାର ସନ୍ଧ୍ୟାରେ ବୈଠକ ବସି  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଅନ୍ୟ କେତେକ ଖରିଫ ଫସଲ ମୂଲ୍ୟ ବୃଦ୍ଧିର ଚୂଡ଼ାନ୍ତ ରୂପରେଖ ଦେଇଥିଲେ ତାହାକୁ କ୍ୟାବିନେଟ୍‌ ମଞ୍ଜୁର କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button