May 19, 2024

ମାଡିଆସୁଛି ବୁଲବୁଲ ; ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି

1 min read
Bul-Bul-Cyclone-Aajira-Odisha

ଆଓରି-ଭୁବନେଶ୍ଵର(୦୯/୧୧) : ମାଡି ଆସୁଛି ବାତ୍ୟା ବୁଲବୁଲ । ପାରାଦ୍ୱୀପ ଠାରୁ ଆଉ ୧୩୦କିମି ଦୁରରେ ରହିଛି ବୁଲବୁଲ । ଏହାର ପ୍ରଭାବରେ ରାଜ୍ୟର  ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା  ଗତ ରାତିଠୁ ବର୍ଷା ଲାଗି ରହିଛି । ବୁଲବୁଲ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ଜାରି ରହିଛି । ସକାଳ ସୁଦ୍ଧା ପାରାଦୀପରେ ୧୪୬ମିଲିମିଟର ବର୍ଷା ରେକର୍ଡକରାଯାଇଛି । ଚାନ୍ଦବାଲିରେ ୧୧୩ମି.ମି ଏବଂ ବାଲେଶ୍ୱରରେ ୨୩ମି.ମି ବର୍ଷା ରେକର୍ଡ ହୋଇଛି । ଏନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ବାତ୍ୟା ବୁଲବୁଲକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ବୁଲବୁଲ ଏବେ ପାରାଦୀପଠୁ ୧୩୦କିଲୋମିଟର ଦୂରରେ ରହିଛି । ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଦିନ ୧୦ସୁଦ୍ଧା ଓଡ଼ିଶା ଅତିକ୍ରମ କରିପାରେ ବୁଲବୁଲ ବୋଲି ସେ କହିଛନ୍ତି । ବୁଲବୁଲ ପ୍ରଭାବରେ ଗତରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ହେଉଛି । ସେହିପରି ବାଲେଶ୍ୱରରେ ଝିପିଝିପି ବର୍ଷା ସହ ପବନର ଗତି କ୍ରମଶଃ ବଢୁଛି । ଜଗତସିଂହପୁରରେ ମଧ୍ୟ ପବନ ସହ ଝିପିଝିପି ବର୍ଷା ଜାରି ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ସହ ବର୍ଷା ହେଉଛି ।

ଜଗତସିଂହପୁରରେ ୩୫୦ଜଣଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରେ ୩୧୧ଜଣଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛି ପ୍ରଶାସନ । ଆବଶ୍ୟକ ହେଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ମନରେ ଏକ ପ୍ରକାର ଭୟ ମଧ୍ୟ ଭରି ରହିଛି  । କାରଣ ନିକଟ ଅତୀତରେ ଫୋନି ଦୁଦ୍ଦର୍ଶା ଲୋକଙ୍କ ମନରୁ ନ ଲିଭୁଣୁ ବୁଲ୍‌ବୁଲର ଝଟକା ଲାଗିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.