ଜାତୀୟ

ପାର୍ଟିର ପ୍ରତିମୂର୍ତ୍ତି ବନାଇବାକୁ ଖର୍ଚ୍ଚ କରିଥିବା ଜନତାଙ୍କ ଟଙ୍କାକୁ ରାଜ୍ୟ ପାଣ୍ଠିକୁ ଫେରସ୍ତ କରିବେ ମାୟାବତୀ ; ସୁପ୍ରିମ କୋର୍ଟ

ଆଓରି-ନୂଆଦିଲ୍ଲୀ(୦୮/୦୨) : ବହୁଜନ ସମାଜ ପାର୍ଟି ମୁଖିଆ ମାୟାବତୀଙ୍କୁ ବଡ ଝଟକା । ନିଜର ତଥା ନିଜ ପାର୍ଟିର ପ୍ରତିମୂର୍ତ୍ତି ବନାଇବାକୁ ଖର୍ଚ୍ଚ କରିଥିବା ଜନତାଙ୍କ ଟଙ୍କାକୁ ରାଜ୍ୟ ପାଣ୍ଠିକୁ ଫେରସ୍ତ କରିବାକୁ ମାୟାବତୀଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜନତାଙ୍କ ଟଙ୍କାରେ ମାୟାବତୀ ନିଜର ତଥା ନିଜ ପାର୍ଟିର ଦଳୀୟ ଚିହ୍ନ ହାତୀର ପ୍ରତିମୂର୍ତ୍ତି ତିଆରି କରିଥିବା ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଯାଚିକା କରାଯାଇଥିଲା । ଏନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ଯେଡ, ଜନତାଙ୍କ ଟଙ୍କାରେ ଦଳୀୟ ପ୍ରଚାର ତଥା ନିଜର ପ୍ରଚାର ପ୍ରସାର କରାଯାଇପାରିବ ନାହିଁ । ମୁଖ୍ୟ ଶାସନ ସଚିବ ଜଷ୍ଟିସ୍ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ଶୁଣାଣି କରି କହିଛନ୍ତି ଯେ, ଅସ୍ଥାୟୀ ଭାବେ ଏହା ମାନିବାକୁ ହେବ ଯେ ମାୟାବତୀଙ୍କୁ ନିଜ ପ୍ରଚାର ପ୍ରସାର ପାଇଁ ପ୍ରତିମୂର୍ତ୍ତି ପଛରେ ଖର୍ଚ୍ଚ କରିଥିବା ଜନତାଙ୍କ ଟଙ୍କାଙ୍କୁ ରାଜକୋଷକୁ ଫେରାଇବାକୁ ହେବ ।

ପ୍ରକାଶ ଯେ, ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠରେ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖନ୍ନା ମଧ୍ୟ ସାମିଲ ଥିଲେ । ତେବେ ଏପ୍ରିଲ ୨ ତାରିଖରେ ଏହି ମାମଲାର ଅନ୍ତିମ ଶୁଣାଣି ହେବ । ପ୍ରକାଶ ଥାଉ କି, ୨୦୦୯ରେ ରବିକାନ୍ତ ଏବଂ ଅନ୍ୟ କିଛି ଲୋକ ମିଶି ସୁପ୍ରିମକୋର୍ଟଙ୍କ ନିକଟରେ ମାୟାବତୀଙ୍କ ବିରୁଦ୍ଧରେ ଯାଚିକା କରିଥିଲେ । ଯାହାର ଅସ୍ଥାୟୀ ଭାବେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ମାୟାବତୀଙ୍କୁ ଜନତାଙ୍କ ଟଙ୍କା ରାଜକୋଷକୁ ଫେରାଇବାକୁ ପଡିବ ।

Related Articles

Leave a Reply

Your email address will not be published. Required fields are marked *

Back to top button