ରାଜ୍ୟ

ବାହାରିଲା ମାଟ୍ରିକ ରେଜଲ୍ଟ

ଆ.ଓ.ରି(ତା୭|୫)-

ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ଫଳାଫଳକୁ ନେଇ ଆଜି ବୋର୍ଡ଼ ଅଫିସରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ଚଳିତ ବର୍ଷର ମୋଟ ପାସ୍ ହାର ୭୬.୨୩ ପ୍ରତିଶତ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ A1 ଗ୍ରେଡ୍ ପାଇଛନ୍ତି ୧୭୧୫ ପରୀକ୍ଷାର୍ଥୀ। ସେହିପରି A2 ଗ୍ରେଡ୍ ପାଛନ୍ତି ୧୫ ହଜାର ୬୮୯ ପରୀକ୍ଷାର୍ଥୀ, B1 ଗ୍ରେଡ୍ ୩୯ ହଜାର ୨୫୨ ଛାତ୍ରଛାତ୍ରୀ ଓB2 ଗ୍ରେଡ୍ ପାଇଛନ୍ତି ୬୮ ହଜାର ୯ଜଣ ପରୀକ୍ଷାର୍ଥୀ।

ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ www.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ।

ଯେ କୌଣସି ମୋବାଇଲ୍‌ରେ OR10 SPACE ROLL NUMBER ଲେଖି ୫୬୭୬୭୫୦ ନମ୍ବରକୁ SMS କରି ପରୀକ୍ଷାଫଳ ପାଇପାରିବେ ଛାତ୍ରଛାତ୍ରୀ। ଏବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୬ ଲକ୍ଷ ୮ହଜାର ୬ଶହ ୫୯। ମାର୍ଚ୍ଚ ୨୦ରୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାଖାତାର ମୂଲ୍ୟାୟନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button