ଜାତୀୟଜିଲ୍ଲା

ବ୍ରଜମୋହନଙ୍କ ଉପରେ ବର୍ଷିଲେ ବିଜୟ

ଭୁବନେଶ୍ୱର: ଇନ୍ଦ୍ରାବତୀ, ତେଲ ଓ ଜଙ୍କ ନଦୀ ଉପରେ ଓଡ଼ିଶା ଡାଇଭର୍ସନ କରି ମହାନଦୀରୁ ଜଳ ନେଉଥିବା ନେଇ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ବ୍ରଜମୋହନ ଅଗ୍ରୱାଲ୍‌ ଦେଇଥିବା ମନ୍ତବ୍ୟକୁ ବିଜେଡି ଗ୍ରହଣ କରି ନ ଥିବା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି,

ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ଘଟଣାକୁ ଠିକ୍ ସେ ବୁଝି ନାହାନ୍ତି। ତାଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ମନ୍ତବ୍ୟ ଦେଇ କି ଘଟଣାକୁ ଆହୁରି ଉତ୍ତେଜିତ କରିବାର କୌଣସି ଆବଶ୍ୟକତା ନ ଥିଲା। କେନ୍ଦ୍ର ସରକାର ମହାନଦୀ ବିବାଦର ସମାଧାନ ଚାହୁଁଛନ୍ତି। କିନ୍ତୁ ଛତିଶଗଡ଼ ବୋଧହୁଏ ଏହି ବିବାଦର ସମାଧାନ ଚାହୁଁନାହିଁ। ଛତିଶଗଡ଼ ସରକାର ଏହି ବିବାଦକୁ ଆହୁରି ଲମ୍ବାଇବା ପାଇଁ ଚାହୁଁଛନ୍ତି।

ବିଜୟ କହିଛନ୍ତି,

ଇନ୍ଦ୍ରାବତୀ, ତେଲ ଓ ଜଙ୍କ ନଦୀରେ ଓଡ଼ିଶା କୌଣସି ଭୁଲ୍ କରି ନାହିଁ। ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଓଡ଼ିଶା ସରକାର ଠିକ୍‌ ଭାବେ ଯୁକ୍ତି ଉପସ୍ଥାପନ କରନ୍ତୁ। ନ ହେଲେ ରାଜ୍ୟକୁ କ୍ଷତି ସହିବାକୁ ପଡ଼ିବ।

ମହନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସିବା ପୂର୍ବରୁ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦେଇ ବୈଠକକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,

ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ଅନେକଗୁଡ଼ିଏ କଥା କହୁଛନ୍ତି। ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେଗୁଡ଼ିକର କିଛି ପ୍ରାସଙ୍ଗିକତା ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button