ସ୍ତନ କର୍କଟ ହେବା ପୂର୍ବର ଏହି ଲକ୍ଷଣକୁ ଭୁଲ୍ରେ ବି ଅଣଦେଖା କରନ୍ତୁ ନାହିଁ
1 min read
ଆଓରି-ଭୁବନେଶ୍ଵର(19/08): ସ୍ତନ କର୍କଟ ଏକ ଏମିତି ରୋଗ ଯାହା ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ମୃତ୍ୟୁ ମୁଖକୁ ନେଇ ଯାଇଥାଏ। ଯଦିଓ ଏହି ସମସ୍ୟା ଏବେ ପୁରୁଷମାନଙ୍କ ଭିତରେ ଦେଖାଯାଉଛି, କିନ୍ତୁ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖା ଯାଇଥାଏ । ବଦଳୁଥିବା ଜୀବନଚର୍ଯ୍ୟା ଏବଂ ଖାଇବା ପିଇବାର ସମୟ ଠିକ୍ ରହୁ ନଥିବାରୁ ମହିଳାମାନେ ଖୁବ୍ ସହଜରେ ଏହି ରୋଗର ଶିକାର ହୋଇଯାଇଥାନ୍ତି । ବେଳେ ବେଳେ କିଛି ମହିଳା ଏହି ରୋଗର ଲକ୍ଷଣ ଜାଣି ନ ପାରି ମୃତ୍ୟୁ ମୁଖକୁ ଚାଲି ଯାଇଥାନ୍ତି । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଏହି ରୋଗର ଲକ୍ଷଣ ବିଷୟରେ ଜଣାଇବାକୁ ଚାହୁଁଛୁ।
୧.ମହିଳାମାନେ ସ୍ତନ କର୍କଟର ଶିକାର ହୋଇଥିଲେ ସେମାନଙ୍କ ସ୍ତନରେ ଯନ୍ତ୍ରଣା ଅନୁଭବ ହେବା,କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ ।