March 30, 2023

ପୁରୀରେ ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ ପୁସ୍ତକ ମେଳା

1 min read

ଆଓରି-ଭୁବନେଶ୍ଵର(୧୯/୦୨) : ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ପୁରୀ ପୁସ୍ତକ ମେଳା ଆସନ୍ତା ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।  ପୁସ୍ତକ ମେଳା ସହିତ ବାଣିଜ୍ୟ ଓ ଖାଦ୍ୟ ମେଳା ଆୟୋଜନ କରାଯାଇଛି। ସାହିତ୍ୟ, ସଂସ୍କୃତି ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଦିଗରେ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାହିତ୍ୟ, କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତଥା ପୁସ୍ତିକା ମେଳା କମିଟି ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର କହିଛନ୍ତି।  ଏଥିରେ ମେଳା କମିଟି ସଭାପତି ଜ୍ୟୋତିିର୍ବିଦ ଅନାମ ଚନ୍ଦ୍ର ସାହୁ, ଶିକ୍ଷାବିତ୍‌ ଶିବ ପ୍ରସାଦ ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ରାଧେଶ୍ୟାମ ରଥ, ସୁରଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.