ଅପରାଧ

ବମିଖାଲ ଟ୍ରାଜେଡ଼ି: ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମାଲିକ ଗିରଫ

ଆଓରି(ତା୪|୫)-ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା ଗିରଫ ହୋଇଛନ୍ତି। ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଗତକାଲି ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭବ୍ରିଜ୍‌ର ଲୁହା ରଡ଼୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ରାତି ପ୍ରାୟ ୯ଟାବେଳେ ଏହି ଅଘଟଣ ଘଟିଥିଲା । ୮ଜଣ ଶ୍ରମିକ ଲୁହା ଛଡ଼ ବାନ୍ଧୁଥିବା ବେଳେ ତାହା ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକ ଲୁହା ରଡ଼୍‌ ତଳେ ଚାପି ହୋଇ ରହିଯାଇଯାଇଥିଲେ। ସେମାନେ ପ୍ରାୟ ୨୦ ମିନିଟ୍ କାଳ ଫସିରହିବା ପରେ ଲୁହା ରଡ୍ ତଳୁ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌କୁ ନେଇଥିଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ।

ସୂଚନାଥାଉ କି, ଗତବର୍ଷ ସେପଟେମ୍ବର ମାସରେ ଓଭରବ୍ରିଜ ଭୁଶୁଡିବା ଘଟଣାରେ ମଧ୍ୟ ପୋଲିସ୍‌ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମୁଖ୍ୟ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଥିଲା।  ତେବେ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button