ଅପରାଧରାଜ୍ୟ

ଦୁର୍ଦାନ୍ତ ଅପରାଧୀ ବାବୁ ନାଇକ ସମର୍ଥକ ଓ ପୁଲିସ୍‌ ମୁହାଁମୁହିଁ ; ପୁଲିସ୍‌ ଉପରକୁ ବୋମାମାଡ଼

ଆଓରି-ଭୁବନେଶ୍ଵର(୨୭/୧୨) : ଏନ୍‌କାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବାବୁ ନାଇକର ମୃତ୍ୟୁ ପରେ ତା’ର ସମର୍ଥକ ଓ ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ବାବୁ ଗ୍ୟାଙ୍ଗ୍‌ର ଅପରାଧୀମାନେ ପୁଲିସ୍‌ ଉପରକୁ ବୋମାମାଡ଼ କରିଥିବା ଜଣାପଡ଼ିଛି।

ଗତକାଲି ପୁଲିସ ଏନକାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକର ମୃତ୍ୟୁ ପରେ ତା’ର ଅନ୍ୟ ସହଯୋଗୀଙ୍କୁ କାବୁ କରିବାକୁ ଗଞ୍ଜାମ ପୁଲିସର ସ୍ବତନ୍ତ୍ର ଅପରେସନ୍ ଆରମ୍ଭ ହୋଇଛି। ଏହି କ୍ରମରେ ବାବୁର ପ୍ରମୁଖ ସହଯୋଗୀ ଶଙ୍କରକୁ ଧରିବାକୁ ପୁଲିସବାହିନୀ ତନାଘନା କରୁଥିବାବେଳେ ଆଜି ଅପରାହ୍ନରେ ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମ ନିକଟ ବେଗୁନିଆ ଜଙ୍ଗଲରେ ବାବୁ ଗ୍ୟାଙ୍ଗ୍‌-ପୁଲିସ ମୁହାଁମୁହିଁ ହୋଇଛନ୍ତି। ଅପରାଧୀ ଗୋଷ୍ଠୀ ପୁଲିସ ଉପରକୁ ୩ଟି ବୋମାମାଡ଼ କରିଥିବା ଜଣାପଡ଼ିଛି। ଏହାପରେ ଉଭୟ ପଟୁ କିଛି ରାଉଣ୍ଡ୍‌ ଗୁଳି ବିନିମୟ ବି ହୋଇଛି। ଗଞ୍ଜାମ-ନୟାଗଡ଼ ସୀମାନ୍ତରେ ଥିବା ଉକ୍ତ ଜଙ୍ଗଲରେ ବାବୁର କିଛି ସହଯୋଗୀ ସମେତ ୭ଜଣ ଅପରାଧୀ ଲୁଚି ରହିଛନ୍ତି। ବୋମା ବିସ୍ଫୋରଣସ୍ଥଳରେ ଭଞ୍ଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button