ରାଜନୀତି

ଖୁବଶୀଘ୍ର ରାଜନୀତିକୁ ଓହ୍ଲାଇବେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ

ଆଓରି-ନୂଆଦିଲ୍ଲୀ(୨୬/୦୮) : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ରାଜନୀତିକୁ ଓହ୍ଲାଇବେ। ଖୁବ୍‌ଶୀଘ୍ର ସେ ମହାରାଷ୍ଟ୍ରର ରାଷ୍ଟ୍ରୀୟ ସମାଜ ପକ୍ଷ(ଆରଏସପି) ଦଳରେ ଯୋଗଦେବେ। ଆରଏସପି ମୁଖ୍ୟ ତଥା ରାଜ୍ୟର ମନ୍ତ୍ରୀ ମହାଦେବ ଜାଙ୍କର ଏହି ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୨୫ରେ ସଞ୍ଜୟ ଦତ୍ତ ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ ବୋଲି ଶିବାଜୀ ପାର୍କରେ ଆରଏସପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜାଙ୍କର କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଙ୍କଜ ମୁଣ୍ଡେ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଭିଡିଓ କ୍ଲିପ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ସଞ୍ଜୟ ଦତ୍ତ କହିଥିଲେ, ମୁଁ ମୋ ଭାଇ ତଥା ବନ୍ଧୁ ଆରଏସପି ସଭାପତି ମହାଦେବ ଜାଙ୍କରଙ୍କୁ ଅଭିନନ୍ଦନ ଜଣାଉଛି। ଯଦି ମୁଁ ଏଠାରେ ଥାଆନ୍ତି, ତେବେ ନିଶ୍ଚୟ ଉତ୍ସବକୁ ଆସିଥାନ୍ତି।

ଏହା ପରେ ଜାଙ୍କର ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ କହିଥିଲେ, ସଞ୍ଜୟ ବର୍ତ୍ତମାନ ଦୁବାଇରେ ଅଛନ୍ତି। ସେ ମୁମ୍ବଇରେ ଥିଲେ, ନିଶ୍ଚୟ ଆମ ଦଳରେ ଯୋଗ ଦେଇଥାନ୍ତେ। ରାଜ୍ୟରେ ଦଳର ପ୍ରଭାବ ବୃଦ୍ଧି ପାଇଛି। ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ବିଜେପି ସହିତ ମିଶି ୫୭ ଆସନରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ଆରଏସପି ମହାରାଷ୍ଟ୍ରରେ ଶାସକ ବିଜେପି ସହ ମେଣ୍ଟ ସରକାରର ଏକ ଅଂଶ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button