ମନୋରଞ୍ଜନ

ବଲିଉଡ୍‌ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀ ଅସୁସ୍ଥ ; ଲସ୍‌ ଏଞ୍ଜେଲେସ୍‌ରେ ହେଉଛନ୍ତି ଚିକିତ୍ସିତ

ଆଓରି-ନୂଆଦିଲ୍ଲୀ(୩୦/୧୨) : ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ୍‌ ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେ ଆମେରିକାରେ ଲସ୍‌ ଏଞ୍ଜେଲେସ୍‌ରେ ଚିକିତ୍ସିତ ହୋଇଛନ୍ତି । ସେ ଅନେକ ଦିନ ଧରି ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ଯନ୍ତ୍ରଣା ଅତ୍ୟଧିକ ହେବାରୁ ସେ ଏବେ ଲସ୍‌ ଆଞ୍ଜେଲେସ୍‌ର ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ମିଥୁନ୍‌ଙ୍କୁ ୬୬ ବର୍ଷ ବୟସ ହୋଇଥିବା ବେଳେ ପ୍ରଥମେ ସେ ମୁମ୍ୱାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅଧିକ ଚିକିତ୍ସା ପାଇଁ ପରିବାର ବର୍ଗ ତାଙ୍କୁ ଆମେରିକାର ଲସ୍‌ ଆଞ୍ଜେଲେସ ସ୍ଥାନାନ୍ତର କରିଛନ୍ତି । ତେବେ ସେଠାରେ ଚିକିତ୍ସିତ ହେବା ପରେ ମିଥୁନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି । ମିଥୁନ୍‌ଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଓ ବୋହୂ ତାଙ୍କ ପାଖରେ ଉପସ୍ଥିତ ।

ପୂର୍ବରୁ ୨୦୧୬ରେ ମଧ୍ୟ ମିଥୁନ ଚିକିତ୍ସା ପାଇଁ ଲସ୍‌ ଏଞ୍ଜେଲସ୍‌ ଯାଇଥିଲେ । ଫିଲ୍ମ ‘ଲକି’ ପାଇଁ ଏକ ଷ୍ଟଣ୍ଟ୍‌ ସିନ୍‌ ଦେଉଥିବା ବେଳେ ତାଙ୍କ ଅଣ୍ଟାରେ କୌଣସି ମତେ ଆଘାତ ଲାଗିଥିଲା । ସେବେଠାରୁ ତାଙ୍କ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେହିଭଳି ବଲିଉଡ୍‌ କମେଡି ତଥା ଚରିତ୍ର ଏବଂ ନିଷ୍ଠୁର ବାପା ଭୂମିକାରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତା କାଦର ଖାନା ମଧ୍ୟ ଅସୁସ୍ଥ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ଭେଣ୍ଟେଲେଟରରେ ରଖାଯାଇଛି । ତାଙ୍କ ଆଶୁଆରୋଗ୍ୟ କାମନା କରି ବଲିଉଡର ବହୁ ଦିଗଜ୍ଜ ଅଭିନେତା ଠାକୁରଙ୍କ େନିକଟରେ ପ୍ରାର୍ଥନା କରିଛନ୍ତି । ବଲିଉଡ୍‌ ବିଗ୍‌ ବି ଅମିତାଭ୍‌ ବଚ୍ଚନ ତାଙ୍କ ପାଇଁ ଟ୍ୱିଟ୍ ମଧ୍ୟ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button