ସ୍ୱାସ୍ଥ୍ୟ

ଅଧିକ ଥର ଫୁଟା ଯାଇଥିବା କ୍ଷୀର ପିଇଲେ ଶ୍ଵାସ୍ଥ୍ୟ ଉପରେ ପଡ଼େ ଖରାପ ପ୍ରଭାବ

କ୍ଷୀର ଶ୍ଵାସ୍ଥ୍ୟ ପାଇଁ ଉପକାରୀ । କିନ୍ତୁ ଅଧିକ ଥର ଫୁଟା ଯାଇଥିବା କ୍ଷୀର ପିଇଲେ ଶ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼େ। ଏନେଇ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। କେତେକ କ୍ଷୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଲାଗି ଏହାକୁ ବାରମ୍ବାର ଫୁଟାନ୍ତି। ବାରମ୍ବାର କ୍ଷୀରକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଗବେଷଣା ରିପୋର୍ଟରେ ସୂଚିତ ହୋଇଛି ପୃଥିବୀର ୧୭ ପ୍ରତିଶତ ମହିଳା ଏ ବିଷୟରେ ସଚେତନ ରହିଛନ୍ତି । କ୍ଷୀରକୁ ସୁରକ୍ଷିତ ରଖିବା ପାଇଁ ଆପଣ ଏହାକୁ ମାତ୍ର ଥରେ ଫୁଟାଇ ଫ୍ରିଜ୍‌ରେ ରଖି ଆବଶ୍ୟକ ଅନୁସାରେ ବ୍ୟବହାର କରିବା ଭଲ । ଏହାଦ୍ୱାରା ଏଥିରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇ ନ ଥାଏ । କ୍ଷୀର ଫୁଟାଇବା ସମୟରେ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇଲେ ଭଲ । ଏହାଦ୍ୱାରା ଏଥିରେ ଥିବା ପୋଷକତତ୍ତ୍ୱ ସୁରକ୍ଷିତ ରହିଥାଏ। ଏପରି କ୍ଷୀର ପିଇଲେ ମଧୁମେହ, ହୃଦ୍‌ଘାତ ସହିତ କିଡ୍‌ନୀ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button