March 1, 2024

ନିଜର ନୂଆ ମଡେଲ ଏକ୍ସ-୬ର ବଜାର ପ୍ରବେଶ ପାଇଁ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ବିଏମ୍‍ଡବ୍ଲ୍ୟୁ

1 min read

ଆଓରି-ନୂଆଦିଲ୍ଲୀ(୦୩/୯) : ଅଗ୍ରଣୀ ଓ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ବିଏମ୍‍ଡବ୍ଲ୍ୟୁ ନିଜର ନୂଆ ମଡେଲ ଏସୟୁବି ଏକ୍ସ-୬ର ବଜାର ପ୍ରବେଶ ପାଇଁ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଆଗାମୀ ବର୍ଷ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି କାରର ବଜାର ପ୍ରବେଶ ନେଇ କମ୍ପାନୀର ଯୋଜନା ରହିଛି। ସେହିପରି ଭାରତରେ ୨୦୨୦ରେ ଏହି କାର ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ବିଏମଡବ୍ଲ୍ୟୁ କାରର ନୂଆ ମଡେଲରେ ପୂରୁଣା ମଡେଲ ସହ ବିଭିନ୍ନ କ୍ଷେତ୍ରରେ ସାମଞ୍ଜସ୍ୟ ରହିଥିବା ଦେଖିବାକୁ ମିଳିଛି। ପୂରୁଣା ମଡେଲ ଏକ୍ସ-୫ ଠାରୁ ଏକ୍ସ-୬ ଅଧିକ ଲମ୍ବା ରହିଛି। ନୂଆ ଏକ୍ସ-୬ରେ ପୂରୁଣା ମଡେଲ ପରି ତିନି ଇଞ୍ଜିନ, ଚାରି ପାୱାର ଟ୍ୟୁନିଂ ଆଦି ସୁବିଧା ରହିଛି। ଏହି ନୂଆ କାର ଦେଖିବାକୁ ଅଧିକ ଆକର୍ଷଣୀୟ ଓ ଗ୍ରାହକଙ୍କ ପାଇଁ ଭଲ ସୁବିଧା ରହିଥିବାରୁ ଏହା ଭଲ ବ୍ୟବସାୟ କରିବ ବୋଲି କମ୍ପାନୀ ଆଶା ରଖିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.