Uncategorized

ରାଜଧାନୀ ଫୁଟପାଥରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଆଓରି-ଭୁବନେଶ୍ଵର(୧୬/୧୧) : ରାଜଧାନୀର ପ୍ରାୟ ସମସ୍ତ ଫୁଟପାଥ୍ ଜବରଦଖଲ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ବିଏମ୍‌ସିର ଉଚ୍ଛେଦକାରୀ ଟିମ୍ ଏବଂ ବିଡିଏର ସ୍ଵତନ୍ତ୍ର ଉଚ୍ଛେଦକାରୀ ଟିମ୍‌ ପକ୍ଷରୁ ଆଜି ବ୍ୟାପକ ଉଚ୍ଛେଦ ଆରମ୍ଭ ହୋଇଛି। ଶିଶୁଭବନ ଛକରୁ ଗଙ୍ଗନଗର ପର୍ଯ୍ୟନ୍ତ ଥିବା ଏକାମ୍ର ମାର୍ଗର ରାସ୍ତା କଡ଼ରୁ ଉଚ୍ଛେଦ ହୋଇଛି। ଏଥିରେ ୨୩ଟି ବାଉଁଶ, ପଲିଥିନ୍ ଦୋକାନ, ୮ଟି ଟିଫିନ୍ ଷ୍ଟଲ୍, ୧୧ଟି କ୍ୟାବିନ୍, ୯ଟି ଦୋକାନର ସମ୍ପ୍ରସାରିତ ଅଞ୍ଚଳ, ୧୫ଟି ସାଇନ୍‌ବୋର୍ଡକୁ ଉଚ୍ଛେଦ କରାଯାଇଛି। ଏଥିପାଇଁ ୪ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଏବଂ ଗୋଟିଏ ଏକ୍ସାକାଭେଟର୍ ନିୟୋଜିତ ହୋଇଥିଲା। ପୁଲିସର ବିନା ସହାୟତାରେ ଏହି ଉଚ୍ଛେଦ ‌ହୋଇଥିଲା। ସେହିପରି ପଟିଆରୁ ନୂଆ ବିମାନବନ୍ଦର ଛକ ମଧ୍ୟରେ ଫୁଟପାଥ୍ ଓ ସାଇକେଲ୍ ଟ୍ରାକ୍ ଉପରୁ ଉଚ୍ଛେଦ ହୋଇଛି। ଏଥିରେ ୨ଟି ଟାୟାର ଦୋକାନ, ୧୨ଟି ବିଜ୍ଞାପନ ହୋର୍ଡିଂ, ୨ଟି ଲେଖାଏଁ କାଠ ଟେବୁଲ୍, ବାଉଁଶ- ପଲିଥିନ୍ ଦୋକାନ,ଟିଫିନ୍ ଷ୍ଟଲ୍‌, ଷ୍ଟିଲ୍ ବିଜ୍ଞାପନ ହୋର୍ଡିଂ, ଗେଟ୍ ହୋର୍ଡିଂ,  ୪ଟି ଲୁହା ବୋର୍ଡ ଉଚ୍ଛେଦ କରାଯାଇଥିବାବେଳେ ପାର୍କିଂ ହୋଇଥିବା ୧୫ଟି ବାଇକ୍‌କୁ ଉଠାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button