ଦୁର୍ଗାପୂଜାକୁ ନଜରରେ ରଖି ସମସ୍ତ ପୂଜା କମିଟି ସହିତ ପ୍ରସ୍ତୁତି ବୈଠକ କଲେ ବିଏମସି
1 min read
ଆଓରି-ଭୁବନେଶ୍ଵର(୦୯/୦୯) : ଆଗାମୀ ଦୁର୍ଗାପୂଜାକୁ ନଜରରେ ରଖି ବିଏମସି ପକ୍ଷରୁ ସମସ୍ତ ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଣିକି ସମସ୍ତ ପୂଜା କିମିଟି ବିଏମସି ଠାରୁ ଏନଓସି ଆଣିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ବିଏମସି ତରଫରୁ ଜାରି ଏସଓପିରେ କୁହାଯାଇଛି ଯେ, ଯନ୍ତ୍ରୀମାନେ ପୂଜା ମଣ୍ଡପର ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥାର ଅନୁଧ୍ୟାନ କରିବେ । ଖରାପ ଥିବା ଷ୍ଟ୍ରିଟ୍ ଲାଇଟକୁ ସଜଡ଼ାଯିବ । ହେଲ୍ଥ ଅଫିସର ମାନେ ମଣ୍ଡପର ଡଷ୍ଟଵିନ ଏବଂ ଅଳିଆ ପରିଚାଳନା ଆଦି ଉପରେ ନଜର ରଖିବେ । ଏହା ସହ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ନିୟନ୍ତ୍ରଣ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ଧ୍ୟାନ ଦେବା ପାଇଁ କମିଟିକୁ କୁହାଯାଇଛି । ଦୁର୍ଗାପୂଜା ପାଇଁ ମଣ୍ଡପକୁ ବିଏମସିର ଏସଓପି ପାଳନ ନିର୍ଦ୍ଦେଶ, ସ୍ଵଚ୍ଛତା ଓ ପଲିଥିନ ବ୍ୟାନ ଉପରେ ଗୁରୁତ୍ୱ ଦିଆଯିବ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା ।