ରାଜ୍ୟ

ଚତୁର୍ଥ ଦିନରେ ଶିକ୍ଷକ ଅଧ୍ୟାପକଙ୍କ ଆନ୍ଦୋଳନ

ଭୁବନେଶ୍ୱର (ଆଓରି) : ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ସପ୍ତମ ବେତନ କମିସନ ଲାଗୁ କରିବା ପାଇଁ ୪ ଦିନ ଧରି ଅଡ଼ି ବସିଛନ୍ତି ଶିକ୍ଷକ ଓ ଅଧ୍ୟାପକ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ରାଜ୍ୟ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ମିଳିତ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସହ ଗୋଟିଏ ପର୍ଯ୍ୟାୟ ଆଲୋଚନା ବି ଶେଷ ହୋଇଥିଲେ ମଧ୍ୟ କିଛି ସଠିକ ସମାଧାନର ବାଟ ବାହାରି ପାରି ନାହିଁ।

ମଙ୍ଗଳବାର ସୁଦ୍ଧା ଯଦି ଦାବିଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆ ନ ଯାଏ ତେବେ ସ୍କୁଲ କଲେଜରେ ତାଲା ପକାଇବାକୁ ଚେତାବନୀ ଦେଇଛି ମିଳିତ ମଞ୍ଚ। ଆଗକୁ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଆସୁଥିବାରୁ ସେଥିରେ ଅସହଯୋଗ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button