ରାଜ୍ୟ

୩୦ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇ ପାରନ୍ତି ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ

ଆଓରି-ଭୁବନେଶ୍ଵର(୧୮/୧୧) : ଖୋର୍ଦ୍ଧା ବିଜେବି ହାଇସ୍କୁଲ ପରିସରରେ ଓଷ୍ଟାର ଖୋର୍ଦ୍ଧା ଜିଲା ଆନୁକୂଲ୍ୟରେ ଶିକ୍ଷକ କର୍ମଚାରୀମାନଙ୍କର ଏକ କ୍ୟାଡର କନ୍‌ଭେନଶନ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିନା ସର୍ତ୍ତରେ ଅନୁଦାନ, ୨୦୧୬ ମସିହାର ୭୮ ଦିନର ଦରମା, ଆର୍‌ଏସିପି ୬୦ ପ୍ରତିଶତ ବୃଦ୍ଧି ଅନୁଦାନ ପ୍ରଦାନ, ପିଇଟି ଶିକ୍ଷକମାନଙ୍କୁ ଆଇଏସିପିଏନ ସ୍କେଲ ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଛି।  ସରକାର ଶିକ୍ଷକମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଚାଲିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପକ୍ଷେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକ, କର୍ମଚାରୀ ଓ ପେନସନଧାରୀମାନେ ବିଭିନ୍ନ କାମ ନେଇ ହେଉଥିବା ହଇରାଣ ହରକତ ସମ୍ପର୍କରେ କ୍ଷୋଭ ପ୍ରକାଶ କରିଛନ୍ତିା ଏଭଳିସ୍ଥିତିରେ ଚଳିତ ମାସ ୩୦ତାରିଖ ସୁଦ୍ଧା ଦାବି  ପୂରଣ ନ ହେଲେ ସଂଘ ପକ୍ଷରୁ ପୁଣି ଆନ୍ଦୋଳନ କରାଯିବ ବୋଲି ସମ୍ପାଦକ ସନ୍ତୋଷ କର ଘୋଷଣା କରିଛନ୍ତି । ଏନେଇ ଏକ ଦାବିପତ୍ର ଶନିବାର ଜିଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବି ପତ୍ର ଦେବା ସମୟରେ ଓଷ୍ଟାର କାର୍ଯ୍ୟକାରୀ ସଭାପତି ସୁଧାକର ମହାପାତ୍ର, ରାଜ୍ୟ ସମ୍ପାଦକ ରଞ୍ଜନ ଦାଶ, ଯୁଗ୍ମ ସମ୍ପାଦକ ମଧୁସୂଦନ ଦେ, ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button