ଖେଳ

ଦୃଷ୍ଟିହୀନ କ୍ରିକେଟ୍‌କୁ ପ୍ରକୃତ ସ୍ୱୀକୃତି ଦିଅ : ସଚିନ୍‌

ନୂଆଦିଲ୍ଲୀ: ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳ ସଫଳତାର ଚର୍ଚ୍ଚା ଓ ପ୍ରସଂଶା ଏବେ ସବୁଆଡେ ଶୁଣିବାକୁ ମିଳୁଛି। ନିକଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ବିଶ୍ୱ ବିଜେତା ହୋଇଛି। ନିୟମିତ ଭାବେ ଦେଶକୁ ଗର୍ବିତ କରି ଆସୁଥିବା ଦୃଷ୍ଟିହୀନ କ୍ରିକେଟ୍‌ ଦଳକୁ କିନ୍ତୁ ମିଳୁନି ସରକାରୀ ସ୍ୱୀକୃତି ଓ ଯଥେଷ୍ଟ ସମ୍ମାନ। ଏପରିକି ବିସିସିଆଇ ମଧ୍ୟ ଦୃଷ୍ଟିହୀନ କ୍ରିକେଟ୍‌କୁ ଆଡ଼ ଆଖିରେ ଚାହୁଁନି। ଏହି ଭାବନା ବଦଳାଇ ଖୁବଶୀଘ୍ର ପୁରୁଷ ଏବଂ ମହିଳା କ୍ରିକେଟ୍‌ ଭଳି ଦୃଷ୍ଟିହୀନ କ୍ରିକେଟ୍‌କୁ ସମାନ ସମ୍ମାନ ଦେବାକୁ କିମ୍ବଦନ୍ତୀ କ୍ରିକେଟର ତଥା ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର ବିସିସିଆଇକୁ ଅନୁରୋଧ କରିଛନ୍ତି।

ସଚିନ ବିସିସିଆଇ ପରିଚାଳନରେ ଥିବା ପ୍ରଶାସନିକ ସମିତି ବା ସିଓଏକୁ ଆନୁଷ୍ଠାନିକ ଭାବେ ଏକ ପତ୍ର ଲେଖିଛନ୍ତି। ଦୃଷ୍ଟିହୀନ କ୍ରିକେଟ୍‌ରେ ଭାରତର ଲାଗାତାର ଚତୁର୍ଥ ବିଶ୍ୱକପ ବିଜୟ ନେଇ ଆମେ ଉତ୍ସବ ପାଳନ କରୁଛେ। ଏହି ଅବସରରେ ମୁଁ ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘକୁ ସ୍ୱୀକୃତି ଦେବା କଥା ବିଚାରକୁ ନେବାକୁ ଆପଣମାନଙ୍କୁ ଅନୁରୋଧ କରୁଛି ବୋଲି ସଚିନ ଦେଇଥିବା ପତ୍ରରେ ଲେଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button