ଜାତୀୟ

କୃଷ୍ଣସାର ହରିଣ ଶିକାର କରିବା ମାମଲାରେ ସଲମାନ ଦୋଷୀ

ଆଜିର ଓଡିଶା (ତା୫|୪)–  ‘ହାମ ସାଥ ସାଥ ହେ’ ସିନେମା ସୁଟିଂ ସମୟରେ ଅଭିନେତା ସଲମାନ ଖାନ୍‌ଙ୍କ ସମେତ ସୈଫ ଅଲ୍ଲୀ ଖାନ୍‌, ତବୁ, ନୀଲମ ଓ ସୋନାଲି ବେନ୍ଦ୍ରେଙ୍କ ନାମରେ ବେଆଇନ ଭାବରେ ବିରଳ କୃଷ୍ଣସାର ହରିଣ ଶିକାର ଅଭିଯୋଗରେ ଚାଲିଥିବା ମାମଲାର ଆଜି ଚୂଡ଼ାନ୍ତ ଶୁଣାଣି ହୋଇଛି। ଏହି ମାମଲାରେ ସ୍ଥାନୀୟ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅନ୍ୟତମ ଅଭିଯୁକ୍ତ ଭାବରେ ସୈଫ ଅଲ୍ଲୀ ଖାନ୍‌, ତବୁ, ନିଲମ ଓ ସୋନାଲି ବେନ୍ଦ୍ରେଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦିଆଯାଇଛି। ଯୋଧପୁର ବରିଷ୍ଠ ମୁଖ୍ୟ ବିଚାରପତି ଦେବକୁମାର ଖତରି ତାଙ୍କ ରାୟରେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ତାଙ୍କୁ କେତେ ବର୍ଷ ପାଇଁ ଦଣ୍ଡିତ କରାଯାଇଛି ଏ ସମ୍ପର୍କରେ ଆଉ କିଛି ସମୟ ମଧ୍ୟରେ ରାୟ ପ୍ରକାଶ କରିବେ।

୨୦ ବର୍ଷ ପୂର୍ବେ ୧୯୯୮ରେ ସିନେମା ସୁଟିଂ ଚାଲିଥିବାବେଳେ ସଲମାନଙ୍କ ସମେତ ଏହି ତାରକାମାନେ ନିକଟସ୍ଥ ଜଙ୍ଗଲରେ କଳା ହରିଣ ଶିକାର କରିଥିଲେ ବୋଲି ବିଷ୍ଣୋଇ ସମାଜ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇ ଥିଲା। ପରେ ଉକ୍ତ ଗ୍ରାମବାସୀ ସଲମାନଙ୍କୁ ହରିଣ ଶିକାର କରିବାକୁ ବିରୋଧ କରିବାରୁ ମୃତ ହରିଣକୁ ନେଇ ସଲମାନ ବନ୍ଧୁକ ମୁନରେ ଗ୍ରାମାବାସୀଙ୍କୁ ଭୟଭୀତ କରି ସେଠାରୁ ଖସି ପଲାଇ ଥିଲେ।  ଏହି ଅପରାଧରେ ସର୍ବାଧିକ ୬ ବର୍ଷ କାରାଦଣ୍ଡ ପାଇଁ ଆଇନ ରହିଥିବାବେଳେ ସଲମାନଙ୍କୁ କେତେ ବର୍ଷ ପାଇଁ ଦଣ୍ଡିତ କରାଯିବ ଏହାକୁ ନେଇ ଉତ୍କଣ୍ଠା ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button