ରାଜ୍ୟ

ଓଡ଼ିଶାରେ ଠାବ ହେଲା କଳା ବାଘ

ଆ.ଓ.ରି(ତା୨୧|୫)-ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ ଏକ କଳା ବାଘକୁ ଠାବ କଲା ବନ ବିଭାଗ। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସମ୍ପୂର୍ଣ୍ଣ କଳା ରହିଛି।

ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି। କଳାବାଘ ଓ ମେଲାନିଷ୍ଟିକ ଟାଇଗର ଥିବା ଏକମାତ୍ର ରାଜ୍ୟ  ହେଉଛି ଓଡ଼ିଶା। ପିସିସିଏଫ୍ (ୱାଇଲ୍ଡ ଲାଇଫ୍) ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

୯୦ ଦଶକରେ ଓଡ଼ିଶାରେ କଳା ବାଘ ଦେଖାଯାଇଥିବା କୁହାଯାଇଥିଲେ ହେଁ ପ୍ରଥମ ଥର ପାଇଁ ଏହା କ୍ୟାମେରାରେ ଧରାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button