ଜାତୀୟ

ସ୍ୱିସ ବ୍ୟାଙ୍କରେ କଳାଟଙ୍କା ; ୭୩ ସ୍ଥାନରେ ଭାରତ

ଆଓରି-ନୂଆଦିଲ୍ଲୀ(୨/୭) : ସ୍ୱିସ୍‍ ବ୍ୟାଙ୍କରେ ଟଙ୍କା ଜମା କ୍ଷେତ୍ରରେ ୨୦୧୬ରେ ୪୪% ହ୍ରାସ ଘଟି ଭାରତ ୮୮ତମ ସ୍ଥାନରେ ରହିଥିଲା ।  ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଦ୍ୱାରା ଜମା ଅର୍ଥରେ ବୃଦ୍ଧି ଘଟୁଛି। ୨୦୧୭ରେ ଦେଶର ନାଗରିକ ଏବଂ କମ୍ପାନୀଗୁଡିକ ଦ୍ୱାରା ସ୍ୱିସ୍‍ ବ୍ୟାଙ୍କରେ ଜମା କରାଯାଇଥିବା ଟଙ୍କା କ୍ଷେତ୍ରରେ ଭାରତ ବିଶ୍ୱରେ ୭୩ତମ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ୟୁକେ ଶୀର୍ଷରେ ରହିଛି।  ସ୍ୱିସ୍‍ ଜାତୀୟ ବ୍ୟାଙ୍କ (ଏସ୍‍ଏନ୍‍ବି) ନିକଟରୁ ନିକଟରେ ହସ୍ତଗତ ହୋଇଥିବା ତଥ୍ୟାନୁଯାୟୀ, ୨୦୧୭ରେ ଏଥିରେ ୫୦% ବୃଦ୍ଧିି ଘଟି ଏହା ପାଖାପାଖି ୭୦୦୦ କୋଟି ଟଙ୍କାରେ ପହଞ୍ଚିଛି।

ସ୍ୱିସ୍‍ ବ୍ୟାଙ୍କରେ ଟଙ୍କା ଜମା କ୍ଷେତ୍ରରେ ପାକିସ୍ତାନ ବିଶ୍ୱରେ ୭୨ ତମ ସ୍ଥାନରେ ରହିଛି। ତେବେ ୨୦୧୭ରେ ଏଥିରେ ୨୧% ହ୍ରାସ ଘଟିଛି। ସ୍ୱିସ୍‍ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବାର୍ଷିକ ଭିତ୍ତିରେ ଘୋଷଣା କରାଯାଇଥିବା ତଥ୍ୟରେ ଭାରତୀୟଙ୍କ ଦ୍ୱାରା, ପ୍ରବାସୀ ଭାରତୀୟ (ଏନ୍‍ଆର୍‍ଆଇ) ଏବଂ ଅନ୍ୟମାନଙ୍କ ଦ୍ୱାରା ସ୍ୱିସ୍‍ ବ୍ୟାଙ୍କରେ ଜମା କରାଯାଇଥିବା ଅର୍ଥକୁ ସାମିଲ କରାଯାଇ ନ ଥାଏ। ସ୍ୱିସ୍‍ ବ୍ୟାଙ୍କରେ ବେଆଇନ ଭାବେ ଅର୍ଜ୍ଜିତ ଅର୍ଥକୁ ଜମା କରିବା ଲାଗି ଭାରତୀୟଙ୍କ ସହ ଅନ୍ୟ କେତେକ ରାଷ୍ଟ୍ରର ନାଗରିକ ବିଭିନ୍ନ ଉତ୍ସର ବ୍ୟବହାର କରିଥାନ୍ତି। ତେବେ ଏ ସମ୍ପର୍କରେ ସ୍ୱୟଂକ୍ରିୟ ଭାବେ ତଥ୍ୟ ବିନିମୟ ଲାଗି ସୁଇଜରଲ୍ୟାଣ୍ଡ୍‍ ଭାରତ ସହ ଅନ୍ୟ ରାଷ୍ଟ୍ରଙ୍କ ସହ ବ୍ୟବସ୍ଥା କରିଛି। ଆସନ୍ତା ମାସଠାରୁ ଭାରତ ସ୍ୱୟଂ କ୍ରିୟ ଭାବେ ତଥ୍ୟ ହାସଲ କରିବା ଆରମ୍ଭ କରିବ।

ତେବେ ବେଆଇନ ଭାବେ ଅର୍ଥ ଜମା କରାଯାଇଥିବା ନେଇ ପ୍ରମାଣ ରହିଥିଲେ ଭାରତକୁ ସେ ସମ୍ପର୍କରେ ତଥ୍ୟ ମିଳିପାରିବ। ଅନ୍ୟପକ୍ଷରେ ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣରେ ବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସୁଇସ୍‍ ବ୍ୟାଙ୍କରେ ଜମା ହୋଇଥିବା ସମସ୍ତ ଅର୍ଥକୁ କଳା ଟଙ୍କା ବୋଲି କୁହାଯାଇପାରିବ ନାହିଁ, ବେଆଇନ ଭାବେ ଅର୍ଥ ଜମାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସୂଚନାନୁଯାୟୀ, ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଦ୍ୱାରା ଜମା ଅର୍ଥ ପରିମାଣ ମାତ୍ର ୦.୦୭% ରହିଛି। ଗତବର୍ଷ ଏହା ୦.୦୪% ରହିଥିଲା। ୨୦୧୫ରେ ସ୍ୱିସ୍‍

Related Articles

Leave a Reply

Your email address will not be published. Required fields are marked *

Back to top button