ରାଜ୍ୟ

ମୋଦି ସରକାରଙ୍କ ଶାସନ କାଳରେ ୮୦ ପ୍ରତିଶତ ହ୍ରାସ ପାଇଛି କଳାଧନ ଜମା ରାଶି;ପିୟୂଷ ଗୋଏଲ

ଆଓରି-ନୂଆଦିଲ୍ଲୀ(୨୪/୭) : ମୋଦି ସରକାରଙ୍କ ଶାସନ କାଳରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟ କଳାଧନ ମହଜୁଦ୍‌କାରୀମାନେ ଜମା ରାଶି ବଢ଼ାଇ ଚାଲିଛନ୍ତି ବୋଲି ୨୦୧୭ ମସିହାରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଏ ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପିୟୂଷ ଗୋଏଲ ମଙ୍ଗଳବାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି ସୁଇସ୍‌ ନ୍ୟାସ୍‌ନାଲ୍‌ ବ୍ୟାଙ୍କ(ଏସ୍‌ଏନ୍‌ବି)ରେ ପୂର୍ବ ଅପେକ୍ଷା ଭାରତୀୟ ଜମାକାରୀଙ୍କର ଜମାରାଶି  ।

ସେ ଆହୁରି ବି ସ୍ପଷ୍ଟ କରି କହିଛନ୍ତି ଯେ, ଗତ ବର୍ଷ ଏହି ଜମା ରାଶି ୩୪.୫ ପ୍ରତିଶତ ହ୍ରାସ ପାଇଥିଲା। ୨୦୧୩ରୁ ୨୦୧୮ ମଧ୍ୟରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଖାତାରେ ଜମା ରାଶି ସୁମଦାୟ ୮୦ ପ୍ରତିଶତ କମ୍‌ ହୋଇଥିବା ରିପୋର୍ଟ ରହିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୁଇସ୍‌ ବ୍ୟାଙ୍କ୍‌ରୁ ମିଳିଥିବା ତଥ୍ୟ ଗଣମାଧ୍ୟମ ହାତରେ ପଡ଼ିବା ଦ୍ୱାରା ଏହା ଭୁଲ୍‌ ଭାବେ ପ୍ରସାରିତ ହୋଇଛି। ଏ ନେଇ ସୁଇସ୍‌ ଆମ୍ବାସଡର ଆଣ୍ଡ୍ରେସ୍‌ ବମ୍‌ ପିୟୂଷ ଗୋଏଲଙ୍କ ନିକଟକୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ‘ଭାରତୀୟମାନେ ସୁଇଜର୍‌ଲାଣ୍ଡରେ ଜମା କରୁଥିବା ଅର୍ଥ କଳାଧନ) ନୁହେଁ।

ଏସ୍‌ଏନ୍‌ବି ପକ୍ଷରୁ ପ୍ରକାଶ ପାଇଥିବା ଏକ ସରକାରୀ ରିପୋର୍ଟରୁ ସ୍ପଷ୍ଟ ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳ ସମୟରେ କିପରି ଭାବେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟ ଜମା ରାଶି ହ୍ରାସ ପାଇଛି। ସେଥିରେ ଆହୁରି ଏକ କଥା ବି ଉଲ୍ଲେଖ କରାଯାଇଛି ଯେ ୨୦୧୭ ମସିହା ଡିସେମ୍ବର ୨୧ ତାରିଖରେ ଭାରତର ସୁଇଜରଲାଣ୍ଡ ସହିତ ଏକ ଚୁକ୍ତି ହୋଇଥିଲା। ସେହି ଚୁକ୍ତି ମୁତାବକ ଅନ୍ତର୍ଜାତୀୟ ମାନ ଅନୁଯାୟୀ ୨ ଦେଶ ୨୦୧୮ ମସିହା ଜାନୁଆରି ପହିଲାରୁ ବିଶ୍ୱସ୍ତରୀୟ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଯୋଗାଡ଼ ହୋଇଥିବା ସମସ୍ତ ତଥ୍ୟ ୨୦୧୯ରେ ଆଦାନ-ପ୍ରଦାନ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button