ଜାତୀୟରାଜନୀତି

ଜାମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ପଦରୁ ନିର୍ମଳ ସିଂହଙ୍କ ଇସ୍ତଫା

ଆଓରି(ତା୩୦|୪)-ଜାମ୍ମୁ କାଶ୍ମୀର କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ ଘଟିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ କବିନ୍ଦର ଗୁପ୍ତାଙ୍କୁ ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଯିବ । ନିର୍ମଳ ସିଂହ କ୍ୟାବିନେଟରେ ଅଦଳବଦଳର ଠିକ୍‌ ପୂର୍ବରୁ ନିଜ ଇସ୍ତଫା ଦେଇଛନ୍ତି । କବିନ୍ଦର ସିଂହ ଏବେ ଜାମ୍ମୁ କାଶ୍ମୀର ବିଧାନସଭାର ବାଚସ୍ପତି ଅଛନ୍ତି । ରାଜ୍ୟରେ ପିଡିପି ଏବଂ ବିଜେପି ମେଣ୍ଟ ସରକାର ଅଛି । ନୂଆ ମନ୍ତ୍ରୀଙ୍କୁ ଆସନ୍ତା କାଲି ଅପରାହ୍ନରେ ରାଜଭବନ ବଦଳରେ ସମ୍ମିଳନୀ କେନ୍ଦ୍ରରେ ରାଜ୍ୟପାଳ ଶପଥ ପାଠ କରାଇବେ । ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ମନ୍ତ୍ରିମଣ୍ଡଳରେ ବିଜେପିର ମନ୍ତ୍ରୀ ପଦ ପାଇଁ ପ୍ରଦେଶ ବିଜେପି ଅଧ୍ୟକ୍ଷ ସତ ଶର୍ମା, ସୁଖନନ୍ଦନ ଚୌଧୁରୀ, ଶକ୍ତି ପାରିହାର, ରାଜେଶ ଜସରେତା ଏବଂ ରବୀନ୍ଦର ରୈନାଙ୍କ ନାମ ଚର୍ଚ୍ଚାରେ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button