ଅପରାଧଜାତୀୟ

ବିଜେପି ଯୁବ କର୍ମକର୍ତ୍ତାଙ୍କ ମର ଶରୀର ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଲା

ଆ.ଓ.ରି(ତା୩୧|୫)-ପଶ୍ଚିମ ବଙ୍ଗର ପୁରୁଲିଆ ଜିଲ୍ଲା ରେ ଜଣେ ଯୁବ ବିଜେପି କର୍ମକର୍ତ୍ତାଙ୍କ ମରଶରୀର ତାଙ୍କ ଘର ନିକଟରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ ଉଦ୍ଧାର କରାଯାଇଥିବା ଯୁବକଙ୍କ ନାମ ତ୍ରିଲୋଚନ ମହାତୋ ଓ ତାଙ୍କ ଶରୀର ନିଜ ପୋଷାକରେ ହିଁ ଗଛରେ ଝୁଲୁଥିଲା। ଏହା ଏକ ରାଜନୈତିକ ହତ୍ଯା ବୋଲି ବିଜେପି ଦ୍ଵାରା ଆରୋପ ହୋଇଛି।

ତ୍ରିଲୋଚନଙ୍କ ଏକ ହାତଲେଖା ଚିଠି ବଳରାମପୁର ସ୍ଥିତ ତାଙ୍କ ନିଜ ବାସଭବନ ନିକଟରେ ମିଳିଛି।ଉକ୍ତ ହାତଲେଖା ଅନୁସାରେ ଯୁବକ ନିକଟରେ ହୋଇଥିବା ଭୋଟ ସମୟରେ ବିଜେପି ପାଇଁ କାମ କରୁଥିବାରୁ ଦଣ୍ଡିତ ହୋଇଥିଲେ। ଏହି ବଙ୍ଗାଳି ଭାଷାରେ ଲେଖାଯାଇଥିଲା।

ଆଉ ଏକ ଆଶ୍ଚର୍ଯ୍ୟଜନକ ଲାଇନ ଉକ୍ତ ଯୁବକଙ୍କ ପିନ୍ଧିଥିବା ଟି-ସାର୍ଟରେ ମିଳିଥିଲା। ତାହା ଥିଲା”ତୁମେ ୧୮ ବର୍ଷରୁ ବିଜେପି ପାଇଁ କାମ କରି ଆସୁଛ । ଭୋଟ ସମୟରୁ ତୁମକୁ ହତ୍ଯା କରିବା ପାଇଁ ଚେଷ୍ଟା କରୁଥିଲୁ। ଆଜି ତୁମକୁ ହତ୍ୟା କରାଗଲା।”

ସେହି ଅଞ୍ଚଳର ପୋଲିସ ମଧ୍ୟ ତ୍ରିଲୋଚନଙ୍କ ମୃତ ଶରୀର ନିକଟରୁ ଏକ ଭଙ୍ଗା କଲମ, ଚପଲ, ପର୍ସ ଓ ତ୍ରିଲୋଚନଙ୍କ ନୂଆ ସାଇକେଲ ପାଇଥିଲା।

ଏହି ଘଟଣାକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ ସାହା ମମତା ବାନାର୍ଜୀଙ୍କୁ ଘୋର ଭର୍ତ୍ସନା କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button