ରାଜ୍ୟ

ସ୍କୁଲ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ଥାନା ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ

ଆଓରି-ଭୁବନେଶ୍ଵର(୧୧/୧୨) : ସ୍କୁଲ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ବିଜେଡି-ବିଜେପି ମୁହାଁମୁହିଁ । ରେମୁଣା ବ୍ଳକ କୁଳିଗାଁ ପଞ୍ଚାୟତର ନବ କୁମାର ନିମ୍ନ ପ୍ରାଥମିକ ସ୍କୁଲ ପାଚେରୀ ନିର୍ମାଣକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ । ସ୍କୁଲର ପାଚେରୀ କାମ ଚାଲିଥିବା ବେଳେ କିଛି ବିଜେଡି କର୍ମୀ ଏହାକୁ ଭାଙ୍ଗିଦେଇଥିଲେ। ଏନେଇ ସ୍ଥାନୀୟ ସରପଞ୍ଚ ଦର୍ନାଦନ ଦାସ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିଛି । ବିଜେପି କର୍ମୀ ଏହାକୁ ବିରୋଧ କରିବା ସହ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଦଳ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button