ରାଜନୀତି

୨୦୧୯ରେ ବିଜେପି ଓଡ଼ିଶାରେ ନିଶ୍ଚୟ ନିଜର ପରାକାଷ୍ଠା ଦେଖାଇବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ୨୦୧୯ ରେ ବିଜେପି ନିଜର ପରାକାଷ୍ଟା ଦେଖାଇ ବୋଲି ଧର୍ମେନ୍ଦ୍ର କହିଛନ୍ତି| ଗୋଟିଏ ଉପ ନିର୍ବାଚନରେ ପରାଜୟ କିଛି ବିଶେଷ କଥା ନୁହେଁ। ଓଡ଼ିଶାବାସୀଙ୍କ ସମ୍ମାନ ଅତୁଟ ରଖିବା ଦିଗରେ ସେ କେବେ ହେଳା କ​‌ରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ  ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ଏଥିରେ ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀ ସାମିଲ ଥିଲେ। ଓଡ଼ିଶା ବାହାରୁ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପ୍ରଧାନ ୨ୟ ଥର ପାଇଁ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ଧର୍ମେନ୍ଦ୍ର କହିଛନ୍ତି, ଲୋକମତକୁ ଆମେ ସବୁବେଳେ ସ୍ୱାଗତ କରୁଛୁ। ମଧ୍ୟପ୍ରଦେଶର ଜନତା ତାଙ୍କୁ ରାଜ୍ୟସଭା ପଠାଇ ଓଡ଼ିଶା ଲୋକଙ୍କୁ ସମ୍ମାନୀତ କରିଛନ୍ତି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button