ରାଜନୀତି

ଶାସନରେ ରହିବ ବିଜେପି ୨୦୪୭: ରାମମାଧବ

ଆଓରି-ଭୁବନେଶ୍ଵର(୦୮/୦୬): ଭାରତୀୟ ଜନତା ପାର୍ଟି ପୁଣି ଥରେ ବଡ ବିଜୟ ପରେ ଶାସନକୁ ଆସିଛି | ଏହା ପରେ ପାର୍ଟିର ମହାସଚିବ ରାମ ମାଧବ ଦାବି କରିଛନ୍ତି ଯେ ବିଜେପି ଦିନେ ସମୟ ଆସିବ କଂଗ୍ରେସର ରେକର୍ଡ ଭାଙ୍ଗିଦେବ | କଂଗ୍ରେସ ଯେଭଳି ବହୁ ସମୟ ଧରି ଦେଶରେ ଶାସନ କରିଥିଲା ଠିକ ସେହିଭଳି ଭାଜପା ମଧ୍ୟ ୨୦୪୭ ଯାଏଁ ଶାସନ କରିବ |

କଂଗ୍ରେସର ସମସ୍ତ ରେକର୍ଡ ଭାଙ୍ଗିବ ବିଜେପି । କଂଗ୍ରେସ ୧୯୫୦ରୁ ୧୯୭୭ ଯାଏଁ ଲଗାତାର କେନ୍ଦ୍ରରେ ସରକାର ଗଢିଥିଲା । ଆଉ ଏହି ରେକର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ଭାଙ୍ଗିବ ବୋଲି ଦୃଢୋକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବ । ତ୍ରିପୁରାର ରାଜଧାନୀ ଅଗରତଲା ଠାରେ ଶୁକ୍ରବାର ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ରାମ ମାଧବ କହିଛନ୍ତି ଯେ, ଭାରତ ସ୍ୱଧୀନତାର ୧୦୦ତମ ବାର୍ଷିକ ଉତ୍ସବ ପାଳନ କରିବା ପର୍ଯ୍ୟନ୍ତ ବିଜେପି କ୍ଷମତାରେ ରହିବ ।

କିନ୍ତୁ ସେ ଦାବି କରୁଛନ୍ତି ଯେ ମୋଦି ଏହି ରେକର୍ଡକୁ ଭାଙ୍ଗିଦେବେ | ୨୦୪୭ରେ ବି ଯେତେବେଳେ ପୁରା ଦେଶ ୧୦୦ ତମ ସ୍ୱାଧୀନତା ଦିବସ ପାଳନ କରିବ ସେତେବେଳେ ଯାଏଁ ବିଜେପି ସରକାରରେ ରହିବ | ଏହି କାର୍ଯ୍ୟକ୍ରମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମଧ୍ୟ ଉପସ୍ଥିତ ଥିଲେ | |

Related Articles

Leave a Reply

Your email address will not be published. Required fields are marked *

Back to top button