ରାଜନୀତିରାଜ୍ୟ

ଓଡ଼ିଶାରେ ନିଜ ତାକତ୍‌ରେ ଏକାକୀ ଲଢିବ ବିଜେପି ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୧୦/୮) : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡ଼ିର ସମର୍ଥନ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ଏହାକୁ ବିଜେପି-ବିଜେଡି ସଲାସୁତୁରା ଅଭିଯୋଗ କରିଥିବାବେଳେ ବିଜେଡି କହିଛି ସାମ୍ବିଧାନିକ ପଦ ଲାଗି ଏଭଳି ସମର୍ଥନକୁ ଅନ୍ୟ ଦୃଷ୍ଟିରେ ନଦେଖିବା ଉଚିତ। ଅନୁରୂପ ଭାବେ ବିଜେପି ମଧ୍ୟ ବିଜେଡି ସହ କୌଣସି ଭିତିରି ବୁଝାମଣାକୁ ଖଣ୍ଡନ କରିଛି।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ନହୋଇ ଏହାକୁ ସହମତି ଭିତ୍ତିରେ କରାଯିବା ଉଚିତ ଥିଲା; କିନ୍ତୁ ବିରୋଧୀ କଂଗ୍ରେସ ତାହାକୁ କରାଇଦେଲା ନାହିଁ। ବିଜେଡି ସହ ସଲାସୁତୁରା ନେଇ ଉଠୁଥିବା ଅଭିଯୋଗକୁ ସେ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ବିଜେଡି ସହ କୌଣସି ବୁଝାମଣା ହୋଇନି କିମ୍ବା ହେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି। ଓଡ଼ିଶାରେ ବିଜେପି ନିଜ ତାକତ୍‌ରେ ଏକାକୀ ଲଢିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ କରିବେ ଓ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବେ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି। ତେବେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ଯେଉଁ ସବୁ ଦଳ ସମର୍ଥନ କରିବାରୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button