April 19, 2024

ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି

1 min read
BJP-Party-Office

ଆଓରି-ଭୁବନେଶ୍ଵର(୨୯/୦୯) : ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେପି । ଅକ୍ଟୋବର ୨୧ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ଆଜି ନୂଆଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡ ବୈଠକରେ ପ୍ରାର୍ଥୀ ଚୟନ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ତେବେ ଦଳ ସନତ ଗଡତୀୟାଙ୍କୁ ପ୍ରାର୍ଥୀ କରିବ ନା ଆଉ କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଲାଗି ରହିଛି ।

ଗତକାଲି ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ରୀତା ସାହୁ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ।ସେହିପରି କଂଗ୍ରେସ ଦିଲୀପ ପଣ୍ଡାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ତିନି ଦଳର ପ୍ରାର୍ଥୀ ଆସନ୍ତାକାଲି ନାମାଙ୍କନ ଭରିବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.