ଭୁବନେଶ୍ଵରଠାରେ ବିଜେପିର ସ୍ୱାଗତ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ
1 min read
ଆଓରି-ଭୁବନେଶ୍ଵର(୦୭/୦୩) : ଗତ ମାର୍ଚ୍ଚ ୪ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେବା ପରେ ଗତକାଲି ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡାଙ୍କୁ ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ସ୍ୱାଗତ କରାଯାଇଥିଲା। ପରେ ଦଳୀୟ କାର୍ଯ୍ୟାଳୟ ଠାରେ ସ୍ୱାଗତ ସଭା ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ଶ୍ରୀ ପଣ୍ଡାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି।
ବିଜେଡି ସରକାର ମିଥ୍ୟା ତଥ୍ୟର ସୌଦାଗର। ରାଜ୍ୟରେ ଚାଲିଥିବା ଅପାରଗ ବିଜେଡି ସରକାର ବଦଳିବା ଦରକାର। ଏହି ସମ୍ବର୍ଦ୍ଧନା ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ବିଜେପିକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜୟୀ କରାଇବା ପାଇଁ ଆହ୍ୱାନ ଦେବା ସହ ବୈଜୟନ୍ତ ପଣ୍ଡାଙ୍କୁ ସ୍ୱାଗତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଶ୍ଵଭୂଷଣ ହରିଚନ୍ଦନ, ସମ୍ବିତ ପାତ୍ର, କନକବର୍ଦ୍ଧନ ସିଂହଦେଓ ଆଦି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶ୍ରୀ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ବିଜେପି ପରିବାର ଆପଣଙ୍କ ସୁଖ ଦୁଃଖରେ ଛିଡା ହେବ। ବ୍ୟକ୍ତି ଆଧାରିତ ଦଳକୁ ଆମେ ହରାଇ ପରିବାର ଆଧାରିତ ଦଳକୁ ରାଜ୍ୟରେ ବିଜୟୀ କରାଇବା ବୋଲି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ଆହ୍ୱାନ ଦେବା ସହ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ କରିଛନ୍ତି।