ରାଜନୀତି

ସରକାର ଗଠନ ଦାବି ଜଣାଇଲେ ୟେଦୁରାପ୍ପା, କୁମାରସ୍ୱାମୀ

ଆ.ଓ.ରି(ତା୧୫|୫)-କର୍ଣ୍ଣାଟକରେ କିଏ ଗଢିବ ସରକାର ? ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଅନୁସାରେ କାହାକୁ ମିଳିନାହିଁ ଆବଶ୍ୟକ ବହୁମତ। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର 112ରେ ପହଞ୍ଚିପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ 104ଟି ଆସନରେ ବିଜେପି ଆଗୁଆ ଥିବା ବେଳେ 78ଟି ସିଟ୍‌ରେ ଆଗୁଆ ଅଛି କଂଗ୍ରେସ। ସରକାର ଗଠନ ପାଇଁ ବିଜେପିକୁ ଆଉ 8 ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି Iସେପଟେ ଆଞ୍ଚଳିକ ଦଳ ଜେଡିଏସ୍ ଖାତାରେ ଆସିଛି 38ଟି ଆସନ। ମିଳିଥିବା ସୂଚନା ମୁତାବକ ବିଜେପି ନେତା ୟେଦୁରାପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଅପିଲ କରିଛନ୍ତି। ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ଏକ ସପ୍ତାହ ସମୟ ମାଗିଛନ୍ତି।ୟେଦୁରାପ୍ପା ଗଣମାଧ୍ୟମକୁ କହିଛନ୍ତି କର୍ଣ୍ଣାଟକ ଜନତା ବିଜେପି ସପକ୍ଷରେ ମତ ଦେଇଛନ୍ତି। କଂଗ୍ରେସ ପଛଦ୍ୱାର ଦେଇ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ବୋଲି ସେ ମତ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button