April 20, 2024

ମହିଳା ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଅଭିଯୋଗ ଘଟଣାକୁ ନେଇ ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

1 min read

ଆଓରି-ଭୁବନେଶ୍ଵର(୧୫/୦୬) : ମହିଳା ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଘଟଣାକୁ ନେଇ ବିଜେଡ଼ି ସାଂସଦଙ୍କ ନାଁରେ ଆସିଥିବା ଅଭିଯୋଗ ନେଇ କଟକ ବିଜେପିର ପ୍ରତିବାଦ । ଆଜି ଏନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଟକ ଗୌରୀଶଙ୍କର ପାର୍କ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଯୁବ ମୋର୍ଚ୍ଚା ପକ୍ଷରୁ ସାଂସଦ ଅନୁଭବ ମହାନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବଜେପି ପକ୍ଷରୁ କୁହାଯାଇଛି ଅଭିଯୋଗ ଅନୁଯାୟୀ ସାଂସଦ ଅନୁଭବ ମହାନ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଯୁବ ମୋର୍ଚ୍ଚା । ଯଦି ୨୪ ଘଣ୍ଟା ମଧ୍ୟରେ ସାଂସଦଙ୍କୁ ଗିରଫ ନ କରାଯିବ ତେବେ ଆଗାମୀ ୨୪ ଘଣ୍ଟା ପରେ ସାରା ଓଡ଼ିଶାରେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରର୍ଦଶନ କରାଯିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.