ରାଜନୀତି

ବିଜେପୁର ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ

ଆଓରି-ଭୁବନେଶ୍ଵର(୨୬/୦୩) : ଆଗାମୀ ବିଧାନସଭା ନିର୍ବାଚନ ଲାଗି ବହୁ ଚର୍ଚ୍ଚିତ ବିଜେପୁର ଆସନ ପାଇଁ  ଭାଜପା ସୋମବାର  ରାତିରେ ପ୍ରାର୍ଥୀ ଘୋଷଣା କରିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ସନତ ଗଡ଼ତିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ବିଜେପିର ପିତାମ୍ବର ଆଚାର୍ଯ୍ୟ ଟକ୍କର ଦେବେ ।

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ୪ର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବରଗଡ଼ ଜିଲ୍ଲାର ବିଜେପୁର ଆସନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି । ଚଳିତ ନିର୍ବାଚନରେ ରାଜ୍ୟର ଚର୍ଚ୍ଚିତ ଆସନ ପାଇଁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରୁ ଛିଡ଼ା ହୋଇଥିବା ବେଳେ ବିଜେପି ଟିକେଟରେ ସନତ ଗଡ଼ତିଆ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଓଡ଼ିଶା ବିଧାନସଭା ପାଇଁ ଜାରି ହୋଇଥିବା ବିଜେପିର ତାଲିକାରେ ସନତ ଗଡ଼ତିଆ ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇଛି । ଆଜି ସନତ ପ୍ରାର୍ଥୀପତ୍ର ଦାଖଲ କରିବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button