ହିଞ୍ଜିଳି ବିଧାନସଭାରୁ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ବିଜେପିରୁ ପିତାମ୍ବର ଆଚାର୍ଯ୍ୟ
1 min read
ଆଓରି-ଭୁବନେଶ୍ଵର(୨୫/୦୩) : ଭାଜପା ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ଦଳ ପକ୍ଷରୁ ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଛି। ଏ ସମ୍ପର୍କରେ ଆଜି ଭାଜପା ପକ୍ଷରୁ ଏକ ବିଦ୍ଧିବଧ ତାଲିକା ପ୍ରକାଶ ପାଇଛି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିର୍ବାଚନ ଲଢ଼ିିବେ। ଆରମ୍ଭରୁ ମୁଖ୍ୟମନ୍ତ୍ରୀ ସେହି ଆସନରୁ କ୍ରମାଗତ ଭାବେ ଜିତି ଆସୁଛନ୍ତି। ଆଗାମୀ ନିର୍ବାଚନରେ ନବୀନ ହିଞ୍ଜିଳି ସହ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି।
ଶ୍ରୀ ଆଚାର୍ଯ୍ୟ ପେଷାରେ ଜଣେ ଆଇନଜୀବୀ ହେଇଥିବା ବେଳେ ବିଜେପିକୁ ତାଙ୍କର ରାଜନୈତିକ କ୍ଷେତ୍ର ଭାବେ ନିଜକୁ ପ୍ରସ୍ତୁତ କରି କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରୟାସ ଜାରୀ ରଖିଥିଲେ ହେଲେ ପୂର୍ବତନ ରାଜ୍ୟ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ କଟକ ଲୋକସଭା ଆସନରୁ ବିଜେପି ମୋହର ଲଗାଇବା ପରେ ଆଚାର୍ଯ୍ୟଙ୍କୁ ଶେଷରେ ଆଜି ହିଞ୍ଜିଳିରୁ ବିଧାୟକ ପ୍ରାର୍ଥୀ କରିଛି ବିଜେପି । ବିଜେଡିର ଗଡ଼ କୁହାଯାଉଥିବା ହିଞ୍ଜିଳିରେ ପତାମ୍ବରଙ୍କ ଭଳି ପ୍ରାର୍ଥୀ ଦେଇ ବିଜେପି କଡା ଟକ୍କର ଲାଗି ଯୋଜନା କରିଛି ।