April 16, 2024

ପଦାରେ ପଡିଲା ରାହୁଲଙ୍କ ମିଛ ; ବିଜେପି ଆଣିଲା ବିଶେଷାଧିକାର କ୍ଷୂର୍ଣ୍ଣ ଅଭିଯୋଗ

1 min read
AnuragThakur-Aajira-Odisha

ଆଓରି-ନୂଆଦିଲ୍ଲୀ(୧୮/୧୨) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ଆଣିଲା ବିଶେଷାଧିକାର କ୍ଷୂର୍ଣ୍ଣ ଅଭିଯୋଗ । ରାଫେଲ ମାମଲାରେ ଦେଶବାସୀଙ୍କୁ ମିଛ କହି ବିଶେଷାଧିକାର କ୍ଷୂର୍ଣ୍ଣ ହୋଇଥିବା ଅଭିଯୋଗରେ ଲୋକସଭାରେ ରାହୁଲଙ୍କୁ ନୋଟିସ ଦିଆଯାଇଛି । ତେବେ ଲୋକସଭାରେ ଏହି ପ୍ରସ୍ତାବ ଆଣିଛନ୍ତି ବିଜେପି ନେତା ଅନୁରାଗ ଠାକୁର ।

ବହୁଦିନ ଧରି ରାଫେଲ ଡିଲ୍‌କୁ ନେଇ ବିଜେପିକୁ ଟାର୍ଗେଟ କରୁଥିଲେ ରାହୁଲ ଗାନ୍ଧି । ବିଭିନ୍ନ ସଭାରେ ରାଫେଲ ଜେଟ୍‌ର ଦାମକୁ ନେଇ ଭିନ୍ନଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଥିଲେ ରାହୁଲ । ତେବେ ଏସବୁର ଚର୍ଚ୍ଚା ବନ୍ଦ ହେଲା, ଯେତେବେଳେ ରାଫେଲ ଡିଲରେ କୌଣସି ଦୁର୍ନୀତି ହୋଇନଥିବା  ନେଇ ବିଜେପିକୁ କ୍ଲିନ୍‌ଚିଟ୍‌ ଦେଲେ ସୁପ୍ରିମ୍‌କୋର୍ଟ  । ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବା ପରେ ରାହୁଲ ଗାନ୍ଧିଙ୍କ ମିଛ ପଦାରେ ପଡ଼ିଛି । ସେଥିପାଇଁ ରାହୁଲ ଗାନ୍ଧି ସୋସିଆଲ ମିଡିଆରେ ଟ୍ରୋଲ୍‌ର ମଧ୍ୟ ଶିକାର ହେଉଛନ୍ତି ।  ଏହାରି ଭିତରେ ଦେଶବାସୀଙ୍କୁ ମିଛ କହି ରାହୁଲ ଭ୍ରମିତ କରୁଥିବା କହି ବିଜେପି ଆଣିଛି ବିଶେଷାଧିକାର କ୍ଷୂର୍ଣ୍ଣ ଅଭିଯୋଗ ।

ଦେଶର ବିଧାନସଭା, ବିଧାନପରିଷଦ ଏବଂ ସଂସଦର ସଦସ୍ୟଙ୍କ ପାଖରେ କିଛି ବିଶେଷ ଅଧିକାର ରହିଛି । ଫଳରେ ସେମାନେ ନିଜ ଶୈଳୀରେ ବିନା ଭୟରେ କାର୍ଯ୍ୟ କରିପାରିବେ । ଯଦି ଏହିସବୁ ଅଧିକାର ବିରୋଧରେ କୌଣସି କାର୍ଯ୍ୟ କରାଯାଏ ତେବେ ତାହାକୁ ବିଶେଷାଧିକାର କ୍ଷୂର୍ଣ୍ଣ ବୋଲି କୁହାଯାଏ  । ଏନେଇ ବାଚସ୍ପତିଙ୍କୁ ଲିଖିତ ଅଭିଯୋଗ କରିବାକୁ ବିଶେଷାଧିକାର କ୍ଷୂର୍ଣ୍ଣ ନୋଟିସ୍‌ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.